Advertisment

ସରକାରଙ୍କ ସ୍ମାର୍ଟ ସ୍କୁଲ ଯୋଜନାକୁ ଉପହାସ: ପର ପିଣ୍ଡାରେ ୧୨ବର୍ଷ ହେଲା ଚାଲିଛି ସ୍କୁଲ

ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

school runs from verandah

ଘର ବାରଣ୍ଡାରେ ଖୋଲିଛି ସ୍କୁଲ। ଖରା-ବର୍ଷା-ଶୀତ ଏଇଠି ବସି ପିଲା ପଢୁଛନ୍ତି। ପାଠ ଦିନେ କି ଦୁଇ ଦିନ ନୁହେଁ, ୧୨ ବର୍ଷ ହେଲା ଏମିତି ଚାଲିଛି ଶିକ୍ଷାଦାନ। ଏଇଠି  ବସି ପିଲା ପାଠ ପଢୁଛନ୍ତି, ଏଇଠି ଖାଉଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାବାଲିଗୁଡା ବ୍ଳକ୍ ସିଲିକିସୁଗା ପ୍ରାଥମିକ ସ୍କୁଲରେ। ୧୨ ବର୍ଷ ହେଲାଣି ଗାଁରେ ସ୍କୁଲ ଘରଟିଏ ତିଆରି ହୋଇପାରିନି। ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରଥମେ ଝାଟିମାଟିର ଏକ ଘରେ ସ୍କୁଲ ଆରମ୍ଭ ହୋଇଥିଲା। କିଛି ଦିନ ପଢାପଢି ହେଲା ପରେ ଘର ନଷ୍ଟ ହୋଇଯିବାରୁ ଭୁଶୁଡି ପ଼଼ଡିବା ଆଶଙ୍କାରେ ବନ୍ଦ ହୋଇଗଲା। ପିଲାଙ୍କ ପାଠପଢାରେ ଲାଗିଗଲା ଡୋରି। ସେବେଠୁ ଜଣଙ୍କ ଘର ବାରଣ୍ଡାରେ ଅତି ଦୟନୀୟ ଭାବେ ଚାଲିଛି ଶିକ୍ଷାଦାନ। ୧୬ ଜଣ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ। ଦଶ ବାର ଫୁଟର ବାରଣ୍ଡାରେ ଖୋଲିଛି ଶିକ୍ଷାର ମନ୍ଦିର।

Advertisment

ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ଇଏ ଆଉ ଏକ ଚିତ୍ର। ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳ ପୁରୀ ଜିଲ୍ଲା ଅସ୍ତରଂଗର ପଦାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏଠି ସ୍କୁଲ ଅଛି ହେଲେ ଶିକ୍ଷକଙ୍କ ଦେଖା ମିଳେନି। ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ। ବିଦ୍ୟାଳୟରେ ୫ଟି ଶ୍ରେଣୀ ପାଇଁ ଅଛନ୍ତି ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷକ। ହେଲେ ଜଣେ ବି ସମୟରେ ସ୍କୁଲ ଆସନ୍ତିନି। ଅଧିକାଂଶ ଦିନ ତ ସ୍କୁଲରେ ତାଲା ଝୁଲୁଥାଏ। 

ରାଜ୍ୟରେ ଶିକ୍ଷାର ଭିତ୍ତିଭୂମି ବିକାଶ କରାଯାଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି ସରକାର ସ୍ମାର୍ଟ ସ୍କୁଲ, ସ୍ମାର୍ଟ ଶିକ୍ଷା ବ୍ୟବସ୍ଥାର କଥା କୁହାଯାଉଛି ହେଲେ କନ୍ଧମାଳର ସିଲିକିସୁଗା ଓ ଅସ୍ତରଂଗର ପଦାସାହିରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବାସ୍ତବତାକୁ ପଦାରେ ପକାଇଛି।

Advertisment

ବାଲିଗୁଡାରୁ ଅଜିତ ନାୟକ ଓ କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ

School Runs From Verandah
Advertisment
Advertisment