• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୮ଟି ଶ୍ରେଣୀକୁ ଜଣେ ମାତ୍ର ଶିକ୍ଷୟିତ୍ରୀ । ଗୋଟିଏ ଶ୍ରେଣୀରେ ପିଲା ପାଠ ପଢିଲେ ଅନ୍ୟ ସାତଟି ଶ୍ରେଣୀର ପିଲା ଖାଲି ବସୁଛନ୍ତି । ଶିକ୍ଷକ ଅଭାବ ଯୋଗୁଁ ପିଲାଙ୍କର ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏଭଳି ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି ।

ଶ୍ରେଣୀ ୮ଟି, ହେଲେ ଶିକ୍ଷୟିତ୍ରୀ ଜଣେ । କିଭଳି ପିଲା ପାଠ ପାଢ଼ୁଥିବେ ଏଥିରୁ ସହଜେ ଅନୁମେୟ । ଗୋଟିଏ କ୍ଲାସରେ ଶିକ୍ଷୟିତ୍ରୀ ଜଣକ ପାଠ ପଢାଉ ଥିବା ବେଳେ ଅନ୍ୟ କ୍ଲାସରେ ପିଲାମାନେ ବସି ରହୁଛନ୍ତି । ଏଭଳି ଅବ୍ୟବସ୍ଥା ଘେରରେ ଚାଲିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲ । ଏଠାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ନଥିବାରୁ ପାଠ ପଢା ଠିକ୍ ଭାବେ ହେଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଏହି ସେବାଶ୍ରମ ସ୍କୁଲରେ ସମୁଦାୟ ୨ ଶହ ୬ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏତେ ସଂଖ୍ୟାକ ପିଲାଙ୍କୁ ଜଣେ ପାଠ ପଢାଇବା ପାଇଁ ବହୁତ ଅସୁବିଧା ହେଉଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ସ୍ୱୀକାର କରିଛନ୍ତି । ଖାଲି ପାଠପଢା ନୁହେଁ, ଆଶ୍ରମର ଦାୟିତ୍ୱ ମଧ୍ୟ ନେବାକୁ ପଡୁଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।

ଏପଟେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇ ଦେବା ଲାଗି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।