• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବାଟାଗୁଡା ପଞ୍ଚାୟତର ଟଙ୍ଗମ ଗାଁରେ ଦେଖିବାକୁ ମିଳିଛି । ମୃତ ମହିଳା ଜଣକ ହେଉଛନ୍ତି ବଦୁଲି ମଳିକ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ ମହିଳାଙ୍କ ସ୍ୱାମୀ ବାଞ୍ଚା ମଳିକ ଓ ଝିଅ ସର୍ପ ମଳିକ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଦୁଲି ମଳିକ ଓ ଝିଅ ସର୍ପ ମଳିକ ଏବଂ ଗାଁର ଅନ୍ୟ ଦୁଇ ମହିଳା ଜର୍ଗୀସରୁ ଜଙ୍ଗଲକୁ ଶିଆଳି ପତ୍ର ତୋଳିବାକୁ ଯାଇଥିଲେ । ସେହି ସମୟରେ ଏକ ଭାଲୁ ପ୍ରଥମେ ବଦୁଲିଙ୍କୁ ଆକ୍ରମଣ କରିଥିଲା । ଏହା ଦେଖି ଝିଅ ସମେତ ଅନ୍ୟ ଦୁଇ ମହିଳା ଜଣକ ଜୀବନ ବିକଳରେ ଗାଁଙ୍କୁ ଦୌଡ଼ି ଆସି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ସ୍ୱାମୀ ବାଞ୍ଚା ମଳିକଙ୍କ ସହ ଗାଁ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ଲାଗି ଯାଉଥିବା ସମୟରେ ସେହି ଭାଲୁ ତାଙ୍କ ମାନଙ୍କ ଉପରକୁ ମଧ୍ୟ ଆକ୍ରମଣ କରିଥିଲା । 

ଗାଁ ଲୋକେ ବହୁ କଷ୍ଟରେ ଭାଲୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ସହ ଆକ୍ରମଣ କରିଥିବା ଭାଲୁକୁ ମାରି ଦେଇଥିବା ଜଣାପଡିଛି । ଅନ୍ୟପଟେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ଲାଗି ବାଲିଗୁଡା ହସ୍ପିଟାଲରେ ରଖାଯାଇଛି । ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ କରି ଜଣଙ୍କୁ ମାରିଦେବା ସହ ଅନ୍ୟ ଦୁଇ ଜଣଙ୍କୁ ଆହତ କରିବା ଘଟଣା ଏବେ ଅଂଚଳରେ ଛାଞ୍ଚଲ୍ୟ ଖେଳାଇଛି ।