Advertisment

Ghibli  Art: Ghibli ଇମେଜ ପାଇଁ ପ୍ରାଇଭେଟ ଫଟୋ ଦେଇ ଭୁଲ୍ କରୁନେ ତ ? ଫଟୋର ଦୁରୂପଯୋଗ କରିବନି ତ AI ?

ଏଠି ପ୍ରଶ୍ନ, କେଉଁଠୁ ଆସିଲା ଏହି Ghibli ଷ୍ଟାଇଲ ? କିଏ ଏବଂ କେମିତି ଆରମ୍ଭ କଲା ଏହାକୁ ? ଏହି ବ୍ୟକ୍ତି ଜଣକ ଏମିତି ଏକ ଜିନିଷ ଆଣିଲେ ଯାହା ସବୁ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଟ୍ରେଣ୍ଡ ପାଲଟି ଯାଇଛି । ଆଉ ଟ୍ରେଣ୍ଡ ପାଲଟିବା ପରେ ପରେ କପି ରାଇଟ ଉଲ୍ଲଘଂନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ନେଇ ତର୍କ ଆରମ୍ଭ ହୋଇଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି
ଆପଣଙ୍କ ଫଟୋର ଦୁରୂପଯୋଗ ହେଉନି ତ ?

ଆପଣଙ୍କ ଫଟୋର ଦୁରୂପଯୋଗ ହେଉନି ତ ?

Ghibli.. Ghibli.. Ghibli..ଯୁଆଡେ ଦେଖିବ ସିଆଡେ Ghibli । ଯାହା ପାଟିରୁ ଶୁଣିବ Ghibli । ଯାହା ଡିପିରେ ଦେଖିବ Ghibli ଫଟୋ ।  ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି Ghibli । ଏଇ କେତେଦିନ ଭିତରେ ଘରେ ଘରେ ପରିଚିତ ହୋଇଗଲା Ghibli ଷ୍ଟାଇଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନ, ଏଲନ ମସ୍କ ପର୍ଯ୍ୟନ୍ତ ଅନେକ ଆନ୍ତର୍ଜାତିକ ସ୍ତରର ବ୍ୟକ୍ତିତ୍ୱ ଏହି Ghibli ଷ୍ଟାଇଲ ମାୟାରେ ପଡି ଯାଇଛନ୍ତି ।

Advertisment

ଏହି ଟ୍ରେଣ୍ଡ ଭିତରେ OpenAIର ଚାର୍ଟ ଜିପିଟିକୁ ବିଶିଷ୍ଟ ଜାପାନୀ ଏନିମେଟର ହୟାଓ ମିଆଜାକିଙ୍କ ପ୍ରଶଂସକମାନେ କଡା ସମାଲୋଚନା କରିଛନ୍ତି । ଏହି ଟ୍ରେଣ୍ଡ  କ୍ରିଏଟିଭ କାମକୁ କପି ରାଇଟ କରୁଥିବା ଅଭିଯୋଗ ଆଣିବା ସହ AI ଟୁଲ୍ସର ନୈତିକ ଦାୟିତ୍ୱବୋଧକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏଠି ପ୍ରଶ୍ନ, କେଉଁଠୁ ଆସିଲା ଏହି Ghibli ଷ୍ଟାଇଲ ? କିଏ ଏବଂ କେମିତି ଆରମ୍ଭ କଲା ଏହାକୁ ? ଏହି ବ୍ୟକ୍ତି ଜଣକ ଏମିତି ଏକ ଜିନିଷ ଆଣିଲେ ଯାହା ସବୁ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଟ୍ରେଣ୍ଡ ପାଲଟି ଯାଇଛି । ଆଉ ଟ୍ରେଣ୍ଡ ପାଲଟିବା ପରେ ପରେ କପି ରାଇଟ ଉଲ୍ଲଘଂନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ନେଇ ତର୍କ ଆରମ୍ଭ ହୋଇଯାଇଛି ।

କିଏ ଆରମ୍ଭ କଲା Ghibli Art ଧାରା ?

ଏହି ଟ୍ରେଣ୍ଡକୁ ଏମିତି ଲୋକପ୍ରିୟ କରାଇବାର ମୁଖ୍ୟ ନାୟକ ହେଉଛନ୍ତି ଆମେରାକାର ସିଏଟଲ ସ୍ଥିତ ସପ୍ଟଓୟାର ଇଞ୍ଜିନିୟର ଗ୍ରାଣ୍ଟ  ସ୍ଲାଟନ । କିଛିଦିନ ତଳେ ଅର୍ଥାତ ଏହି ଫଟୋ ତିଆରି କରିବା ଟୁଲର ଅପଗ୍ରେଟ ଭର୍ସନ ଆଣିବାର କିଛି ସମୟ ପରେ ସ୍ଲେଟନ ଏକ ଫଟୋ ଟୁଇଟରରେ ସେୟାର କରିଥିଲେ । ଏଥିରେ ତାଙ୍କ ପରିବାର ଓ କୁକୁର ସହ ସମୁଦ୍ର କୂଳରେ ଉଠାଇଥିବା ଏକ ଫଟୋକୁ ଆନିମେଟେଡ ଷ୍ଟାଇଲରେ କରି ମୂଳ ଫଟୋ ସହ ଅପଲୋଡ କରିଥିଲେ। ଫଟୋ ତଳେ ସେ କ୍ୟାପ୍ସନ ଲେଖିଥିଲେ, ‘ଘିବ୍ଲି  ଷ୍ଟୁଡିଓ ଏନିମିରେ ପରିବର୍ତ୍ତିତ ଫଟୋସବୁକୁ ପତ୍ନୀଙ୍କୁ ପାଖକୁ ପଠାଇବାକୁ ଖୁବ  ଭଲ ଲାଗିବ ।’

Advertisment

ଯଦିଓ AI  ପ୍ରସ୍ତୁତ ଆନିମେଟେଡ ଷ୍ଟାଲଇ ଫଟୋ କିଛି ନୂଆ ନୁହେଁ ତେବେ ସ୍ଲାଟନଙ୍କର ଏହି ପୋଷ୍ଟ ପରେ ହଠାତ ଲୋକଙ୍କର ରୁଚି ବଢିଗଲା ଏବଂ ରାତାରାତି ଟ୍ରେଣ୍ଡ କରିଗଲା । ତାଙ୍କର ଏହି ଟୁଇଟ ନିଆଁ ପରି ବ୍ୟାପିଗଲା । ଏହି ପୋଷ୍ଟକୁ ନେଇ ୪୯ ମିଲିଅନ ଭିଉ ସହ ୪୫ ହଜାର ଲାଇକ ପାଇଛନ୍ତି ସ୍ଲାଟନ । ସ୍ଲାଟନ  ଗଣମାଧ୍ୟମକୁ କହିଛନ୍ତି, ପୋଷ୍ଟର କିଛି ସମୟ ପରେ ଏକ୍ସ ୟୁଜର୍ସମାନଙ୍କ ପକ୍ଷରୁ ନିଜ ନିଜ ଉଦ୍ୟମକୁ ନେଇ ମେସେଜର ଯେମିତି ବନ୍ୟା ଆସିବାକୁ ଲାଗିଲା । ‘ମୋ ଦେଖିବାରେ ଏହା ଟୁଇଟରରେ ସବୁଠାରୁ ବଡ ନେଟ-ପଜିଟିଭ ଡେ’ ବୋଲି କହିଛନ୍ତି ସ୍ଲାଟନ । ସେତିକି ନୁହେଁ, ଏହାକୁ ନେଇ ସେ ଶତାଧିକ ଡାଇରେକ୍ଟ ମେସେଜ ପାଇଛନ୍ତି ଏବଂ ଏଥିରେ ସେମାନଙ୍କ ପତ୍ନୀ, ସନ୍ତାନ, ଜେଜେ ବାପା-ଜେଜେ ମା’ ଫଟୋକୁ ପସନ୍ଦ କରିଥିବା ୟୁଜର୍ସମାନେ କହିଥିବା ସ୍ଲାଟନ ସୂଚନା ଦେଇଛନ୍ତି ।

ଯାହା ବି ହେଉ, ନିଜ ଫଟୋ ଅପଲୋଡ କରି ‘ଦୟାକରି ଷ୍ଟୁଡିଓ Ghibliରେ ପରିଣତ କରିଦିଅ’ ଲେଖି ପଠାଇଲା ପରେ ଚାର୍ଟ ଜିପିଟି ତୁରନ୍ତ ଏବଂ ସହଜରେ ନୂଆ ଛବି ତିଆରି କରି ଦେଉଛି । ଏହାର ପ୍ରତିକ୍ରିୟାକୁ ସକରାତ୍ମକ ଦର୍ଶାଇ ସ୍ଲାଟନ କହିଛନ୍ତି ଯେଉଁମାନେ ଏହାର ସମାଲୋଚନା କରୁଛନ୍ତି ସେମାନେ ମଧ୍ୟ ତାଙ୍କର ଜିବ୍ଲିଫାଇଡ ଫଟୋ ପୋଷ୍ଟ କରୁଛନ୍ତି ।

କ’ଣ ଏହି Ghibli Art ଷ୍ଟାଇଲ ?

ଏହା ଏକ ଆନିମେସନ ଷ୍ଟୁଡିଓ ଯାହା ୧୯୮୫ରେ ସ୍ଥାପିତ ହୋଇଥିଲା । ସୁନ୍ଦର ଫଟୋ ଏବଂ ଜୀବନ୍ତ ଆନିମେସନ କାହାଣୀ ତିଆରି ପାଇଁ ଏହି ଷ୍ଟୁଡିଓ ବେଶ ପରିଚିତ । ଏହି ଷ୍ଟୁଡିଓର ନିର୍ଦ୍ଦେଶକ ଥିଲେ ହୟାଓ ମିଆଜାକି ଏବଂ ଇସାଓ ତାହାହାତା ଏବଂ ନିର୍ମାତା ଥିଲେ ତୋଷିଓ ସୁଜୁକି ।ଏହି ଜିବ୍ଲି ଷ୍ଟୁଡିଓ ତାର ହାତ ଅଙ୍କା ନିଖୁଣ ଆନିମେସନ ଫଟୋ ଦ୍ୱାରା ଖୁବ କମ ସମୟରେ ତାର ବିରାଟ ଫ୍ୟାନ ଗ୍ରୁପ ତିଆରି କରିବା ସହ ଲୋକଙ୍କ ମନକୁ ଛୁଇଁ ପାରିଛି । ଏହି ଷ୍ଟୁଡିଓର ସବୁଠାରୁ ଲୋକପ୍ରିୟ ଫିଲ୍ମ ହେଉଛି, ମାଇଁ ନେବର ଟୋଟୋରେ, ସ୍ପାଇରେଟେଡ ଆୱେ, ହାଉଲ୍ସ ମୁଭିଂ କାଷ୍ଟଲ, କିକିସ ଡେଲିଭରି ସର୍ବିସ ଏବଂ ପ୍ରିନସେସ ମୋନୋନୋକ ।

କେଉଁଠୁ ଆସିଲା Ghibli  ?

‘Ghibli’ ଲିବ୍ୟାନ ଆରବିକ ଶବ୍ଦରୁ ଆସିଛି ଯାହାର ଅର୍ଥ ‘ଉତପ୍ତ ମରୁଭୂମିର ପବନ’ । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ହେଉଥିବା ଇଟାଲିୟ ବିମାନର ନାମ ସହ ମଧ୍ୟ ଏହାର ସମ୍ପର୍କ ରହିଛି ।  ଏହି ବିମାନର ନାଁ ଥିଲା କାପ୍ରୋନି ସିଏ.୩୦୯ Ghibli ।  କହିବାକୁ ଗଲେ ଏହି Ghibli ଷ୍ଟାଇଲ ଫଟୋ ଖୁବ ମନଛୁଆଁ ହୋଇ ପାରୁଛି । ହାତ ଅଙ୍କା ପରି ଦିଶୁଥିବା ଏହି ଫଟୋର ଚିତ୍ର, ଏହାର ରଙ୍ଗ,  ପଛପଟ ଓ ସାମ୍ନାପଟ ଦୃଶ୍ୟ ସତରେ ଖୁବ ଆକର୍ଷଣୀୟ ହୋଇ ପାରୁଛି ।

Ghibli ଷ୍ଟାଇଲ ଚିତ୍ର କପିରାଇଟ ଉଲ୍ଲଘଂନ କରୁଛି କି ?

Ghibli ଷ୍ଟାଇଲର ନୈତିକତା ଏବଂ କପି ରାଇଟ ଇସ୍ୟୁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ଏହା କଳାକାରଙ୍କ ଭବିଷ୍ୟତ ଏବଂ ଜୀବିକା ଉପରେ ପ୍ରଭାବ ପକାଇପାରେ ବୋଲି କୁହା ଯାଉଛି ।  ତେବେ ଆମେରିକାର ଜଣେ ଆଇନଜୀବୀ କହିଛନ୍ତି, କପିରାଇଟ ଆଇନ ଅଧୀନରେ କଳାତ୍ମକ ଶୈଳୀକୁ କୌଣସି ସୁରକ୍ଷା ଦିଆଯାଇ ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ଯେ, Ghibli ଷ୍ଟୁଡିଓ ଯେପରି ଫଟୋ ତିଆରି କରି ଓପେନ ଏଆଇକୁ ଦେଉଛି ଏହା ଆଇନତଃ କପିରାଇଟକୁ ଉଲ୍ଲଘଂନ କରୁନାହିଁ ।   

ଚାପରେ ଏଆଇ ସର୍ଭର

Ghibli ଷ୍ଟାଇଲ ଫଟୋ ବ୍ୟବହାର ଆଶାତୀତ ବୃଦ୍ଧି ପାଉଥିବାବେଳେ ଚାଟ ଜିପିଟି ଉପଯୋଗକର୍ତ୍ତାଙ୍କ ପ୍ରତିକ୍ରିୟାକୁ ଦେଖି ଓପେନ ଏଆଇର ସିଇଓ ସାମ ଅଲ୍ଟମେନ ଏକ୍ସରେ କହିଛନ୍ତି, ଚାଟ ଜିପିଟି ଫଟୋକୁ ଲୋକେ ପସନ୍ଦ କରୁଥିବା ଖୁବ ମଜା  ଲାଗୁଛି । ହେଲେ ଏହି ଫଟୋ ପ୍ରସ୍ତୁତ କରିବାକୁ ଯାଇ ଓପେନ AIର ସର୍ଭର ଉପରେ ଅଧିକ ଚାପ ପଡୁଛି । ‘ଆମର ଜିପିୟୁ ତରଳି ଯାଉଛି’ ବୋଲି ଅଲ୍ଟମେନ ନିଜ ପ୍ରତିକ୍ରିୟାରେ ଲେଖିଛନ୍ତି ।

ସେ ଆହୁରି କହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ଓପେନ AI ସାମୟିକ ଭାବେ ଉପଭୋକ୍ତାମାନେ ପଠାଉଥିବା ଫଟୋର ସଂଖ୍ୟାକୁ ସୀମିତ କରିଦେବ । ଏଥିସହିତ ନିଃଶୁଳ୍କ ଉପଭୋକ୍ତାମାନଙ୍କୁ ଅତିବେଶିରେ ତିନୋଟି ଫଟୋ ପାଇଁ ଅନୁମତି ଦେବ ।

Ghibli ଟ୍ରେଣ୍ଡର ହିଡେନ ଡେଞ୍ଜର

ଚାଟଜିପିଟି ଏବଂ ଗ୍ରକ ପରି ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡରେ ପଡ଼ି ସମସ୍ତେ ନିଜର ବ୍ୟକ୍ତିଗତ ଫଟୋ ଦେବାରେ ଲାଗି ପଡିଛନ୍ତି । ସାଧାରଣ ମଣିଷ ହୁଅନ୍ତୁ ବା ଅସାଧାରଣ, ସମସ୍ତେ ଏହି ଧାରାରେ ଭାସି ଯାଉଛନ୍ତି । ଇନଷ୍ଟାଠାରୁ ଫେସବୁକ, ହ୍ୱାଟସଅପ ସବୁଠି ଜିବ୍ଲି ଫଟୋ ଛାଇ ଯାଇଛି । ହେଲେ ସ୍ରୋତରେ ଆମେ ଏମିତି ଭାସି ଯାଇଛେ ଯେ କେହି ବି ଡିଜିଟାଲ ପ୍ରାଇଭେସି କଥା ଚିନ୍ତା କରିନାହାଁନ୍ତି । ହେଲେ ଏବେ ଏହାକୁ ନେଇ ଚିନ୍ତା ବଢୁଛି । କାରଣ ଯେଉଁ ଫଟୋକୁ ଆମେ ଏଆଇ ଟୁଲ୍ସକୁ ସେୟାର କରୁଛୁ ତାହା ଏହାର ପ୍ଲାଟଫର୍ମରେ କେବଳ ଷ୍ଟୋର ହୋଇ ରହୁନାହିଁ, ବରଂ ଏହାକୁ ସେମାନେ ଟ୍ରେନିଂ ପାଇଁ ବ୍ୟବହାର କରିବାର ଆଶଙ୍କା ରହିଛି । ଏବେ ଏହି ଧାରାରେ ଅନେକ ଲାଟେଷ୍ଟ ଫେସିଆଲ ଡାଟା ଏଆଇ ପାଖରେ ଷ୍ଟୋର ହୋଇ ରହିଲା ।

ଅନଲାଇନ ପ୍ଲାଟଫର୍ମରେ ଷ୍ଟୋର ହେଉଛି ଫଟୋ

ଅନଲାଇନ ପ୍ଲାଟଫର୍ମରେ ବ୍ୟକ୍ତିଗତ ଫଟୋ କେତେ ସୁରକ୍ଷିତ ? ଏହି ପ୍ରଶ୍ନର ଉତ୍ତରରେ ନିଜେ AI ବି କୁହେ ଯେ, ଏହା ସୁରକ୍ଷିତ ନୁହେଁ । ଅଧିକାଂଶ ଅନଲାଇନ ପ୍ଲାଟଫର୍ମ(ଏଆଇ ଇମେଜ ଜେନେରେଶନ ଟୁଲ, ସୋସିଆଲ ମିଡିଆ ସାଇଟ)ରେ ଆପଣଙ୍କ ଫଟୋ ଷ୍ଟୋର ହୋଇ ରହୁଛି । କିଛି ପ୍ଲାଟଫର୍ମ ଅସ୍ଥାୟୀ ଭାବେ ଏହି ଫଟୋକୁ ଷ୍ଟୋରେଜ କରନ୍ତି । ଆଉ କିଛି ଏହାକୁ ଦୀର୍ଘ ସମୟ ପାଇଁ ଷ୍ଟୋର କରି ରଖନ୍ତି ।  

ଫଟୋ ସାର୍ବଜନୀନ ହେବାର ଆଶଙ୍କା ରହିଛି କି ?

କେତେକ ପ୍ଲାଟଫର୍ମରେ ଆପଣଙ୍କ ଫଟୋ ଅନ୍ୟ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇପାରେ । ବିଶେଷକରି ଯଦି ପ୍ଲାଟଫର୍ମର କୌଣସି ସାର୍ବଜନୀନ ଗ୍ୟାଲେରି ଫିଚର ଥାଏ ସେଠାରେ ଏହା ସହଜରେ ଉପଲବ୍‌ଧ ହୋଇପାରିବ । ସେତିକି ନୁହେଁ, ନିଜ ଫଟୋ ଏଆଇକୁ ଦେଇ ନିଜ ଗ୍ୟାଲେରିକୁ ଆପଣ ଏଆଇ ପାଖରେ ଖୋଲି ଦେଲେ । ଏହା ଦ୍ୱାରା ଆପଣଙ୍କ ଡାଟା ହୁଏତ ଏଆଇ ପାଖକୁ ଚାଲି ଯାଇପାରେ ।

ଫଟୋର ଦୁରୁପଯୋଗ କରାଯାଇ ପାରେ କି ?

ହଁ, ପ୍ଲାଟଫର୍ମର ସୁରକ୍ଷା ଯଦି ମଜବୁତ ନୁହେଁ ତେବେ ଆପଣଙ୍କ ଫଟୋ ଲିକ ହୋଇପାରେ ଏବଂ ଆପଣଙ୍କ ଫଟୋର ଦୁରୁପଯୋଗ ମଧ୍ୟ ହୋଇପାରେ । ଯେମିତିକି ନକଲି ପ୍ରୋଫାଇଲ ତିଆରି କରିବା, ଏଆଇର ଡିପଫେକ ଇମେଜ ତିଆରି କରିବା ଇତ୍ୟାଦି କାମରେ ବ୍ୟବହାର କରାଯାଇପାରେ । ଏଠି ଆଉ ଏକ କଥା ବି ମନେ ପକାଇ ଦେବାକୁ ଚାହିଁବୁ । ୨୦୨୪ ନଭେମ୍ବର ମାସରେ  ଏକ ଏଆଇ ଟୁଲ ପାଖରୁ ତିନି କୋଟି ଫଟୋ ବାହାରିଥିଲା । ଏହି ଫଟୋକୁ କୁଆଡେ ବିଭିନ୍ନ ଦେଶରେ ବିକ୍ରି କରାଯାଉଥିଲା । ତେବେ ଏଠି ପ୍ରଶ୍ନ, ଆପଣଙ୍କ ପରିବାରର ଫଟୋ ବିକ୍ରି ହୋଇଗଲା ପରେ କିଏ ଏହାକୁ କିପରି ବ୍ୟବହାର କରୁଥିବ ଆପଣ ଜାଣି ନାହାନ୍ତି । ୨୦୨୪ ନଭେମ୍ବରରେ ଆସିଥିବା ତଥ୍ୟ ଅନୁଯାୟୀ କୋରିଆରେ ରାଜସ୍ଥାନ ପିଲାମାନଙ୍କ ଫଟୋ ପୋଷ୍ଟରରେ ଲଗା ଯାଇଥିଲା ।

ତେଣୁ ଫଟୋ ଦେବା ପୂର୍ବରୁ ଏସବୁ ବିଷୟରେ ଚିନ୍ତା କରବାର ସମୟ ଆସିଛି ।

Artificial Intelligence To Be Misused Photo App Smartphone Photos
Advertisment
Advertisment