• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bridge Problem

Road Problem
‘୪ ବର୍ଷ ହେଲାଣି ଲଲିପପ୍‌ ଦେଉଛନ୍ତି, ଆମେ ଆଉ ବୋକା ନୁହେଁ’

ମାସେ କି ବର୍ଷେ ନୁହେଁ, ୪ ବର୍ଷ ହେଲାଣି ପୋଲ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସାଂସଦ ଓ ବିଧାୟକ । ଦିନ ଗଡୁଛି ହେଲେ ପ୍ରତିଶ୍ରୁତି ପାଳନ ହେଉନି । ଲୋକେ କହୁଛନ୍ତି ଆଉ ଆମେ ଖାଇବୁନି ଲଲିପପ୍‌

Bridge Problem
ଭୋଟ୍‌ ବେଳକୁ ଆସୁଛ...ପୋଲ କରିବ କହୁଛ...ଆଉ କେତେଦିନ ଠକିବ?

ଶହଶହ ବର୍ଷ ହେଲାଣି...ଭଙ୍ଗାଦଦରା ଡଙ୍ଗାରେ ନଈ ପାର ହେଉଛନ୍ତି ଲୋକେ । ୩ ଥର ଡଙ୍ଗା ବୁଡିଲାଣି...ମାସକୁ ଥରେ ଦୁର୍ଘଟଣା ହେଉଛି । ପ୍ରଶାସନ ଖାଲି ପ୍ରତିଶ୍ରୁତି ଦେଉଛି, ନେତା କହୁଛନ୍ତି ଟେଣ୍ଡର ଚାଲିଛି । ସମୟ ଗଡୁଛି...ପୋଲ କିନ୍ତୁ ହେଉନି

Bridge Problem
ଟେଣ୍ଡର ହେଲା... ସେତୁ ହେଲାନି...ବର୍ଷା ହେଲେ ରାସ୍ତା ବନ୍ଦ

୧୫ ବର୍ଷ ହେଲାଣି ଆବାସ ଯୋଜନା ଲାଗି ଧାଇଁ ଧାଇଁ ନୟାନ୍ତ ହେଲେଣି । ଘର ଖଣ୍ଡିଏ ମିଳିପାରୁନି । ଶତପ୍ରତିଶତ ଦିବ୍ୟାଙ୍ଗ ହେବା ପରେ ବି ଯୋଜନାରେ ସାମିଲ କରାଯାଉନଥିବା ଅଭିଯୋଗ

Bridge Problem
ଇଏ ଏମିତି ଏକ ଗାଁ, ଯେଉଁଠି ୪ ମାସ ହୁଏ ଲକ୍‌ଡାଉନ୍‌ !

ଆଉ କେତେ ଦିନ ? ଖଣ୍ଡେ ସେତୁ ଲାଗି ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । କାମ ଥିଲେ ଜୀବନକୁ ବାଜିରେ ଲଗାଇ ପାର ହୁଅ ନାଳ । ଲୋକେ କହୁଛନ୍ତି, ପ୍ରତିବର୍ଷ ୪ ମାସ ଲାଗି ଆମେ ରହୁ ଲକଡାଉନରେ।

Bridge Problem
ସେତୁ ନିର୍ମାଣ କାମ ସରୁନି ବୋଲି ହନ୍ତସନ୍ତ ହେଉଛନ୍ତି ଆଖ ପାଖର ଲୋକ

ନଦୀ କୁଳିଆ ଗାଁଗୁଡ଼ିକୁ ଯୋଡ଼ିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ କରୁଛନ୍ତି ସତ ହେଲେ ଠିକାଦାରଙ୍କ ମନମାନି କାମ ଯୋଗୁଁ ଡେଡ୍ ଲାଇନ୍ ସରିବା ପରେ ବି ସେତୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନି। ଯାହାକୁ ନେଇ ବଢୁଛି ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି....

Bridge construction
ଶିଳାନ୍ୟାସ କରି ଭୁଲିଗଲେ କି ସରକାର? ୫ ବର୍ଷ ହେବ ଉଦଘାଟନ ହୋଇପାରୁନି ସେତୁ !

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

Aul Bridge Problem
ସ୍ୱପ୍ନ ପୂରଣ କରିବାକୁ ଲାଗିଗଲା ୪୦ ବର୍ଷ ! ଜାଣନ୍ତୁ କ'ଣ ଥିଲା ଘଟଣା ?

କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭର ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୋଲଟିଏ ନିର୍ମାଣ କରିବାକୁ ଦୀର୍ଘଦିନ ହେବ ଦାବି କରୁଥିଲେ ଲୋକେ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିଲା । ସେଇଥି ଲାଗି ତ ଏକାଠି ହୋଇ ପୋଲ ନିର୍ମାଣ କରିବାକୁ ଅଂଟା ଭିଡିଲେ ଗାଁ ଲୋକେ । ଖାଲି ଏକାଠି ହେଲେ ତାହା ନୁହେଁ ପୋଲ ନିର୍ମାଣର ଶୁଭ ବି ଦେଲେ ।

Rayagada
ଶୁଣିଲାନି ପ୍ରଶାସନ: ନିଜେ ଚାନ୍ଦା ଆଦାୟ କରି ପୋଲ ତିଆରି କଲେ ଗାଁ ଲୋକ

ନଡିଆ ଫଟାଇ ପୂଜାର୍ଚ୍ଚନା ହେଲା । ଆଉ ନାଲି ଫିତା କାଟି ପୋଲର ଉଦଘାଟନ ବଡ ଆଡମ୍ବର ସହାକାରେ ହେଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲର ଶୁଭ ଉଦଘାଟନ କରୁଛନ୍ତି ସରପଞ୍ଚ । ଏଇଠି ପ୍ରଶ୍ନ ଆସୁଥିବ ଆଜିକାଲି ପଡିଆଟିଏ ବି ଉଦଘାଟନ ହେଲେ ବଡବଡ ନେତାଏ ଆସୁଛନ୍ତି । ହେଲେ ନଈ ଉପରେ ଏତେ ବଡ ବ୍ରିଜ୍‌ର ଉଦଘାଟନ ସରପଂଚ କେମିତି କରିଦେଲେ ?

Tree Log
ବର୍ଷାରେ ଧୋଇ ହୋଇଗଲା ଆପ୍ରୋଚ୍‌ ରୋଡ୍‌; ଏବେ କାଠଗଣ୍ତି ହିଁ ଭରସା

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା।

ବେକେ ପାଣିରେ ସ୍କୁଲ ଯାତ୍ରା
ଆମେ ପଛେ ଓଦା ହେଉ...କିନ୍ତୁ ଆମ ବହି ସୁରକ୍ଷିତ ଥାଉ...

ଭରା ନଈରେ ଏମିତି ନିଜ ଜୀବନକୁ ବାଜିରେ ଲଗାଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। କେତେବେଳେ କଣ ବିପଦ ଘଟିବ ତାହା କେହି ବି କହିପାରିବେ ନାହିଁ। ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି...ବେକେ ପାଣିରେ ପଶି ସ୍କୁଲ ଯାଉଛନ୍ତି। ଏ ଦୃଶ୍ୟ ହେଉଛି ଗଂଜାମ ସୋରଡାର

Bridge Problem
ଏଠି ବର୍ଷା ୪ ମାସ ଘରୁ ବାହାରିବା ମନା.. ପିଲାମାନେ ବି ଯାଆନ୍ତିନି ସ୍କୁଲ

ନିର୍ବାଚନ ଆସିଲେ ଏ ଦୁଇ ଅପନ୍ତରା ଇଲାକାରେ ନେତାଙ୍କ ପାଦ ପଡେ । ଢେର ପ୍ରତିଶ୍ରୁତି ବି ମିଳେ । ହେଲେ ନିର୍ବାଚନ ସରିଗଲେ, ଯଥା ପୂର୍ବଂ ତଥା ପରଂ ।

jajpur
ବିକାଶ ବାଟ ହୁଡ଼ିଲା କିଏ? ବିନା ନାଉରିଆରେ ଘରୁ ବାହାରି ପାରନ୍ତି ନାହିଁ ଲୋକ

ନେତା ନୁହେଁ ଗାଁ କୁ ସାହା ନାଉରିଆ । ଲୋକଙ୍କୁ ନଦୀ ପାର କରାଇବାକୁ ନାଉରିଆ ତିଆରି କରିଛନ୍ତି ବାଉଁଶ ପୋଲ । ଜାନୁଆରୀରୁ ଜୁନ ମାସ ଯାଏ ବାଉଁଶ ପୋଲ ନିର୍ମାଣ କରୁଥିବା ବେଳେ ଜୁନରୁ ଡିସେମ୍ବର ଯାଏ ଡଙ୍ଗାରେ ନଦୀ ପାର କରାଉଛନ୍ତି...