11 hurt as Bolero rams into roadside tree in Kandhamal
ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ୧୧ ଆହତ ହୋଇଛନ୍ତି । କନ୍ଧମାଳ ରାଇକିଆ ବ୍ଲକ ନିକଟ ଗୁଞ୍ଜିବାଡ଼ିଠାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ।
Advertisment
ସମସ୍ତ ଯାତ୍ରୀ ରାଇକିଆ ବ୍ଲକ ଦିଗି ଅଞ୍ଚଳରୁ ଗୁଞ୍ଜିବାଡ଼ି ଗ୍ରାମକୁ ଏକ ଶୋକ ସଭାରେ ଯୋଗଦେବାକୁ ଯାଉଥିଲେ । ସେହିସମୟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଛି । ଦୁର୍ଘଟଣା ଫଳରେ ବୋଲେରୋରେ ବସିଥିବା ୧୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)