• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କନ୍ଧମାଳ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ୩ ଜଣ ଛାତ୍ର ପାଠପଢ଼ିବା ପାଇଁ ମୋବାଇଲ ନେଟୱାର୍କ ଆସୁନଥିବାରୁ ପାହାଡ଼କୁ ଯାଇଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁ ଡିଗୀସରୁ ପାହାଡ଼ରେ ଏହି ଘଟଣା ଘଟିଛି । ୩ଗୁରୁତର ଛାତ୍ରଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡିକାଲ ତା’ପରେ ସେଠାରୁ ଜଣକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁସାରେ ମୁଣ୍ଡାଗାଁର ଧିରେନ ଦିଗାଲ ଯୁକ୍ତ ଦୁଇର ଛାତ୍ର, ପିଙ୍କୁ ମଲ୍ଲିକ ଦଶମ ଶ୍ରେଣୀର ଛାତ୍ର ଏବଂ ପଞ୍ଚା ବେହେରା ଅଷ୍ଟମ ଶ୍ରେଣୀର ଛାତ୍ର । ତିନି ଜଣ ମିଶି ଅପରାହ୍ନ ପ୍ରାୟ ୪ ଟା ସମୟରେ ମୋବାଇଲ ନେଟୱାର୍କ ପାଇଁ ଗ୍ରାମ ନିକଟ ଡିଗୀସରୁ ପାହାଡ଼ ଉପରକୁ ଯାଇଥିଲେ । ସେମାନେ ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା । ସେମାନଙ୍କ ଉପରେ ବଜ୍ରଘାତ ହୋଇଥିଲା, ଫଳରେ ୩ ଛାତ୍ର ଗୁରୁତର ଅବସ୍ଥାରେ ପାହାଡ଼ ଉପରେ ପଡ଼ିରହିଥିଲେ ।

ତେବେ ସଂଧ୍ୟାରେ ସେମାନେ ଘରକୁ ନଫେରିବାରୁ ତାଙ୍କ ଘର ଲୋକ ଗ୍ରାମବାସୀ ମାନଙ୍କ ସହିତ ମିଶି ପାହାଡ଼ ଉପରକୁ ତାଙ୍କୁ ଖୋଜିବା ପାଇଁ ଯାଇଥିଲେ ଏବଂ ସେମାନେ ପାହାଡ଼ ଉପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସେମାନଙ୍କୁ ପ୍ରଥମେ ବ୍ରାହ୍ମଣପାଦ ମେଡିକାଲକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଧିରେନ ଦିଗାଲର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି ।