ଅଧାରୁ ଆଉ ପାଠ ଛାଡ଼ୁନାହାନ୍ତି ବିଦ୍ୟାର୍ଥୀ। କେବଳ ୨୦୨୩-୨୪ ଶିକ୍ଷାବର୍ଷରେ ସ୍କୁଲକୁ ଆସିଛନ୍ତି ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଚମକାଇଲା ଭଳି ତଥ୍ୟ।
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ ।
ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ।
ଗଣ୍ଡା ଗଣ୍ଡା କଂପ୍ୟୁଟର ଅଛି, ହେଲେ ନାହାନ୍ତି କଂପ୍ୟୁଟର ଶିକ୍ଷକ। ଫଳରେ ପିଲାଙ୍କୁମିଳିପାରୁନି ବୈଷୟିକ ଶିକ୍ଷା। ଏପରିକି ବ୍ୟବହାର ହେଉନଥିବାରୁ ଖରାପ ହେବା ଅବସ୍ଥାକୁ ଆସିଲାଣି ଶହ ଶହ କଂପ୍ୟୁଟର।
ଡିଜିଟାଲ୍ କ୍ଲାସରୁମ ପାଇଁ ଆସିଲା ସ୍ମାର୍ଟବୋର୍ଡ, କଂପ୍ୟୁଟର, ଆହୁରି କେତେ କଣ ସରଞ୍ଜାମ। ହେଲେ ବିଡ଼ମ୍ବନା, ମାସ ମାସ ପରେ ବି ସ୍ମାର୍ଟ କ୍ଲାସରୁମରେ ସ୍ମାର୍ଟ ପାଠପଢ଼ା ଏବେବି ବହୁ ସ୍କୁଲରେ ସ୍ବପ୍ନ ହୋଇ ରହିଛି।
ଓଟିଭି ବିଜିନେସ୍ ଓଡିଶା ଆୱାର୍ଡସ୍-୨୦୨୪ର ଏ ହେଉଛି ଦ୍ୱିତୀୟ ସଂସ୍କରଣ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲେରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ରିୟଲ୍ ଇଷ୍ଟେଟ୍, ଏମିତି ୬ଟି କାଟାଗୋରୀରେ ଓଡ଼ିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାର ଗୁଣାତ୍ମକ ଉତ୍ପାଦ ଏବଂ ଲୋକାଭିମୁଖୀ ସେବାକୁ ଚିହ୍ନିବା ଏବଂ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବାକୁ ଯାଉଛି ଓଟିଭି ।
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ ।
ଗଛମୂଳେ ଗଢା ଚାଲିଛି ଦେଶର ସୁନେଲି ଭବିଷ୍ୟତ । ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି ଶିକ୍ଷା । ଅଙ୍ଗନବାଡି ଘର ନଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଝାଟିମାଟି ଘରେ ଚାଲିଛି ଶିକ୍ଷାଦାନ ।
ଆମକୁ ଠକିଦେଲେ ସରକାର...ସ୍କୁଲରେ ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ସ୍କୁଲ ସ୍ମାର୍ଟ ହେଲା ହେଲେ ପାଠ ପଢ଼ିପାରୁନୁ । ତୁମ ଚେୟାର ଟେବୁଲ ନେଇଯାଅ, ଆମକୁ ଶିକ୍ଷକ ଦିଅ । ଏମିତି କହି ରାଜ୍ୟରେ ଚାଲିଥିବା ନିଅଣ୍ଟିଆ ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଦେଲେ ଦଶମ ଶ୍ରେଣୀର ଛାତ୍ରୀ । ମୁଣ୍ଡ ଉପରେ ଦଶମ ବୋର୍ଡ ପରୀକ୍ଷା ହେଲେ 5T ସ୍କୁଲ୍ ରେ ସାର୍ ନାହାନ୍ତି କି ପାଠ ପଢାହେଉନି ।
ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?
ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।
ଲମ୍ବା ଖରାଛୁଟିକୁ ଘରେ କେମିତି କାଟିବେ ପିଲା । ଛୁଟିରେ ଥାଇ ବି ପଢ଼ାମନସ୍କ କରେଇବାକୁ ହୋମୱାର୍କ ପୁସ୍ତିକା ବାଣ୍ଟିଲା ବିଭାଗ
ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।
ଅଭାବ ଅସୁବିଧାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ କଲେଜର ଛାତ୍ରଛାତ୍ରୀ
ଦୟନୀୟ ଅବସ୍ଥାରେ ସରକାରୀ ବିଦ୍ୟାଳୟରେ ଚାଲିଛି ପାଠ ପଢା । ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଘୁରୁଡୁଖମଣ ପ୍ରାଥମିକ ବିଦ୍ୟାଳୟକୁ ନେଇ ଦେଖନ୍ତୁ ଏହି ରିପୋର୍ଟ...
ନୂଆ ସିଲାବସ୍କୁ ନେଇ ଆରମ୍ଭରୁ ବିବାଦ । ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ । ନବମ ଓ ଦଶମ ଶ୍ରେଣୀରେ ନୂଆକରି ଆସପିରେସନାଲ୍ କମ୍ପୋନେଣ୍ଟ କୋର୍ସ ପାଠ୍ୟକ୍ରମରେ ସାମିଲ ଲାଗି ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଶିକ୍ଷାବିତ୍ଙ୍କ ଗୁରୁତର ଆପତ୍ତି ।
ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।
ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।
ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ ।
ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି ।
କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।
ବିଜେବି, ରମାଦେବୀ, ରେଭେନ୍ସା ଭଳି ଅଗ୍ରଣୀ ସରକାରୀ କଲେଜ୍ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେବାର ସମ୍ଭାବନା ରହିଛି ।
କିଟ୍ ୩୪, ରାଉରକେଲା NIT ୩୯, ଭୁବନେଶ୍ୱର IIT ୬୫ । ବିଶ୍ୱବିଦ୍ୟାଳୟ କାଟାଗୋରୀରେ ୮୮ତମ ସ୍ଥାନରେ ବାଣୀବିହାର ।