ଜଗାକୁ ୯ ପୁରି ୧୦ ବର୍ଷ ଚାଲିଲାଣି। ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବି ବଢ଼ୁଛି। ତେଣୁ ସେ କହୁଛି ବାପାଙ୍କ ସାଙ୍ଗେ ସେ ସ୍କୁଲ ଯିବ, ପାଠ ପଢିବ। ଏନେଇ ତା’ମନରେ ବହୁ ଆଶା ଓ ଉତ୍କଣ୍ଠା ।
ସୁସ୍ଥ ହେବା ସହ ଜଗାର ବୟସ ମଧ୍ୟ ବଢ଼ିବାରେ ଲାଗିଛି । ତା’ର ବୟସ ଏବେ ୯ ପୂରି ୧୦ ଚାଲିଛି । ବୟସ ବଢ଼ୁଥିବାରୁ ଜଗାର ପାଠ ପଢ଼ିବା ପାଇଁ ଆଗ୍ରହ ବଢ଼ୁଛି ।
ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।
ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା ।