Advertisment

Sishu Batika : କୋଳରେ ବସାଇଲେ; ଖଡ଼ି ଛୁଆଇଁଲେ ଶିକ୍ଷାମନ୍ତ୍ରୀ

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ହୋଇଛି । ବରଗଡ଼ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
 ‘Shishu Vatika’ i

‘Shishu Vatika’ i

ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହୋଇଛି ଶିଶୁ ବାଟିକା । ଭୁବନେଶ୍ୱର ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ 'ପ୍ରବେଶ ଉତ୍ସବ' ଏବଂ 'ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା।

Advertisment

ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ, ପ୍ରଥମ ଥର ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାର ଶୁଭାରମ୍ଭ ହୋଇଛି । ବରଗଡ଼ ହାଇସ୍କୁଲଠାରେ ରାଜ୍ୟସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଛନ୍ତି।

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଶିଶୁ ବାଟିକାର ଭିତ୍ତି ଉପରେ ନୂଆପିଢିର ଭବିଷ୍ୟତ ଗଠନ କରି ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ବୋଲି ସେ କହିଛନ୍ତି।

ସେହିପରି କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲ୍ଲାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଶିଶୁ ବାଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରବେଶ ଉତ୍ସବରେ ଛାତ୍ରଙ୍କୁ କୋଳରେ ବସାଇ ଖଡ଼ି ଛୁଆଇଁଛନ୍ତି ଶିକ୍ଷାମନ୍ତ୍ରୀ। ଏହି ଅବସରରେ ଶିକ୍ଷା ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଖଡ଼ି ଛୁଆଇଁବା ସହ ଚକୋଲେଟ ଓ ବ୍ୟାଗ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର ଅନୁସାରେ ପ୍ରବେଶ ଉତ୍ସବ ଓ ଖଡିଚୁଆଁ କାର୍ଯ୍ୟକ୍ରମରେ ଅଭିଭାବକମାନେ ସାମିଲ ହୋଇଥିଲେ । ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ସରକାରଙ୍କର ଏଭଳି ଭିନ୍ନ ପ୍ରୟାସକୁ ନେଇ ଖୁସି ପ୍ରକାଶ କରିଛନ୍ତି ଅଭିଭାବକ ।

ଅଧିକ ପଢ଼ନ୍ତୁ:  ବିଜେଡି ହାତରୁ ଖସିଲା ବ୍ରଜରାଜନଗର, ଅନାସ୍ଥାରେ ହାରିଲେ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମ୍

Nabarangpur CMO Odisha CMO Mohan Charan Majhi BBSR
Advertisment
Advertisment