ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ।
ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।
ଆସନ୍ତା ୩ରୁ ୪ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ସମ୍ଭାବନା ।
ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହୋଇପାରେ। ଏହାସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ଝଡପବନ ସମ୍ଭାବନା ରହିଛି।
ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।
୧୫ ଇଞ୍ଚିଆ କାନ୍ଥ, ୨ ଫୁଟିଆ ମଜବୁତ ପିଲରରେ ଠିଆ ହୋଇଥିବା ବିଶାଳ ବଙ୍ଗଳାରେ ଏକାଧିକ କୋଠରୀ ରହିଛି । କୋଠରୀ ଗୁଡ଼ିକରେ ମଜବୁତ କାଠ କବାଟ ଝରକା ଲାଗିବା ସହିତ ମୁଖ୍ୟ ଦ୍ଵାରରେ ଲୁହାର ଗେଟ୍ ଲାଗିଛି । ଏହା ସତ୍ୱେ ରକ୍ଷଣାବେକ୍ଷଣା ଅଭାବରୁ ଏବେ ଭୂତ କୋଠୀରେ ପରିଣତ ହେଲାଣି।
ଆସନ୍ତାକାଲିଠୁ ଗୁରୁଚାପ ବଳୟ ପ୍ରଭାବ ପରେ ତାତି କମିବା ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।
ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ
କାଜୁରିପାଙ୍ଗା ଗାଁରେ ଗୋଇଠା ମାରି ମହିଳାଙ୍କୁ ତାଙ୍କୁ ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।
ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଜବେଷ୍ଟସ ଛପର ଘରେ ରେଡକ୍ରସ ଦୃଷ୍ଟିବାଧିତ ସ୍କୁଲ ଚାଲିଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୭୫ ଜଣ ଦୃଷ୍ଟିବାଧିତ ପିଲା ସେଠାରେ ପାଠ ବି ପଡୁଛନ୍ତି । ହେଲେ ଶ୍ରେଣୀ ଗୃହର ଅନେକ କାନ୍ଥ ଦୁର୍ବଳ ଅବସ୍ଥାରେ ରହିଛି । ବର୍ଷା ହେଲା ମାତ୍ରେ ଆଜବେଷ୍ଟସରୁ ପାଣି ବି ଗଳୁଛି । ତେଣୁ ବଡ଼ ଅସୁବିଧାର ସାମ୍ନା କରୁଛନ୍ତି ପିଲା ।
ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW ଗିରଫ କରିଛି। ଆଶୁତୋଷ ବେଆଇନ୍ନ ଭାବେ ୫୯ଟି ଏକ୍ସପ୍ରେସ୍ କ୍ରେଡିଟ ଲୋନ୍ ଅନୁମତି ଦେଇଥିବା ଅଭିଯୋଗ ରହିଛି।
ଯେଉଁ ପିଲାଙ୍କୁ ଜନ୍ମ କରିଛି ସେମାନଙ୍କ ପେଟରେ ମୁଠେ ଆହାର ଦେବା ଲାଗି ଦିନରାତି ଏକ କରି କାମ କରୁଥିଲା । ବଡ଼ କଷ୍ଟରେ ଦିନରୁ ଦୁଇ ଓଳି ଖାଇବା ଯୋଗାଡ଼ କରୁଥିଲା । ହେଲେ ଦୈବ ଖେଳିଲା ଖେଳ । ହଠାତ୍ ସିଏ ବି ଅସୁସ୍ଥ ହୋଇ ପଡ଼ିଲେ । ବାସ୍ ଏହାପରେ କୁମାରୀଙ୍କ ପରିବାରକୁ ଘେରିଗଲା ଦୁଃଖର କଳାବାଦଲ ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।
ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା । ହେଲେ ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ଯେମିତି ଛାରଖାର ହୋଇଯାଇଛି । ବିଜୁଳି ଖୁଣ୍ଟରେ ଜୀବନ ଯିବା ପରେ ବାପାକୁ ଝୁରି ଝୁରି କାନ୍ଦୁଛି ଝିଅ...ଗୁମୁରି ଗୁମୁରି କାନ୍ଦୁଛି ମାଆ ।
କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି
ସ୍କୁଲ ଭିତରେ ପ୍ରଧାନ ଶିକ୍ଷକଙ୍କ ହେଲା ଦ୍ୱିତୀୟ ବିବାହ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଜାମାଜୁ ହାଇସ୍କୁଲରେ। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ନେଇ ତାଙ୍କର ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ ବି କରିଛନ୍ତି । ଖାଲି ଅଭିଯୋଗ ହୋଇଛି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ପ୍ରଧାନଶିକ୍ଷକଙ୍କ ଫଟୋ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି।
ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।