• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମାତିଲେଣି ମାଓବାଦୀ । କନ୍ଧମାଳ - କଳାହାଣ୍ଡି - ବୌଦ୍ଧ - ନୟାଗଡ କେକେବିଏନ୍ ସଂଗଠନ କରି ନିଜ ଅସ୍ଥିତ୍ୱ ଓ ଉପସ୍ଥିତି ଜାହିର କରୁଛନ୍ତି । ବିଶେଷ କରି ସକ୍ରିୟ ହେବା ସହ କନ୍ଧମାଳ ଜିଲ୍ଲାରେ ରକ୍ତମୁଖା ହୋଇଛି ଲାଲ ବାହିନୀ । ପୋଲିସ କାର୍ଯ୍ୟାନୁଷ୍ଠାନର ବଦଲା ନେବାକୁ ଯାଇ ନିରିହଙ୍କୁ କରୁଛନ୍ତି ଟାର୍ଗେଟ । ପୋଲିସ ବି ମାଓବାଦୀଙ୍କୁ ସାବାଡ଼ କରିବାକୁ ଆପଣାଇଛି ନୂଆ ରଣନୀତି ।

ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ କେକେବିଏନ ଡିଭିଜିନାଲ କମିଟିର ମହିଳା ମାଓବାଦୀ ପୋଏମ ପାଣ୍ଡ ଓରଫ ସାବିତ୍ରୀର ମୃତ୍ୟୁ ହୋଇଥିଲା । ଏହାର ବଦଲା ନେବା ଲାଗି ସୁଯୋଗ ଖୋଜୁଥିବା ମାଓ କ୍ୟାମ୍ପ । ଗତ ସୋମବାର ସୁଡ୍ରା ଅଂଚଳର ନୀଳକଣ୍ଠ ମଲିକ ନାମକ ଯୁବକକୁ ଘରୁ ଡାକି ନେଇ ଅତି ର୍ନିମମ ଭାବେ ହତ୍ୟା କରିଛନ୍ତି । କେବଳ ଏତିକି ନୁହେଁ ଜାର୍ଗୀ ଗାଁରେ ଥିବା ଏକ ରାସ୍ତା ନିର୍ମାଣ ଠିକା କ୍ୟାମ୍ପରେ ମାଓବାଦୀ ପହଞ୍ଚି ୫ଟି ଗାଡିକୁ ପୋଡି ଦେଇଥିଲେ । ଗୋଟିଏ ଦିନରେ ମାଓବାଦୀ ଦୁଇ ଦୁଇଟି କାଣ୍ଡ ଘଟାଇବା ପରେ ଅଂଚଳରେ ଭୟର ବାତାବରଣ ଲାଗି ରହିଛି ।

ଗତ କିଛିଦିନ ଧରି କେକେବିଏନ୍ ସଂଙ୍ଗଠନର ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାରେ ଚେଷ୍ଟା କରୁଛନ୍ତି । ବିଶେଷ କରି କନ୍ଧମାଳ, କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଥତ୍ବା ଘଞ୍ଚ ଜଙ୍ଗଲରେ ଏମାନେ ସେମାନଙ୍କ ଚରାଭୂଇଁ କରିଛନ୍ତି । ତେବେ ସମଗ୍ର ରାଜ୍ୟରେ ପ୍ରାୟତଃ ମାଓବାଦୀଙ୍କ ଦମନ କମିଯାଇଥିବା ବଳେ କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ୍) ନାମକ ସଙ୍ଗଠନରେ ଏବେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏମାନେ କିଛିଦିନ ଧରି ସେଠାକାର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ।

ଗତ କିଛିଦିନ ତଳେ ଏମାନଙ୍କ ସହ ପୋଲିସର ମୁହାଁମୁହିଁ ମଧ୍ୟ ହୋଇଥିଲେ । ଯେଉଁଥତ୍ରେ ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଥିଲା । ତେବେ ତିନି ଦିନ ତଳେ ଜଣେ ସାଧାରଣ ଲୋକଙ୍କର ଗଳାକାଟି ମାଓବାଦୀମାନେ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ।

ସେପଟେ କେବିଏନ୍ କୁ ବାଦ ଦେଲେ ମାଲକାନଗିରି ପୋଲିସ ମଧ୍ୟ ମାଓ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ମାଓ ଦମନ ପାଇଁ ପୋଲିସ ଆପଣାଇଛି ନୂଆ ରଣନୀତି । କନ୍ଧମାଳ ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏନେଇ ନିବେଦନର ପୋଷ୍ଟର ମରାଯାଇଛି ।