Advertisment

ବର୍ଷାରେ ଧୋଇ ହୋଇଗଲା ଆପ୍ରୋଚ୍‌ ରୋଡ୍‌; ଏବେ କାଠଗଣ୍ତି ହିଁ ଭରସା

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା।

author-image
Manoranjan Behera
ଅଦ୍ୟତନ ହୋଇଛି
Tree Log

Tree Log

କାଠ ଗଣ୍ତି ସାଜିଛି ଗାଁ ଲୋକଙ୍କ ଯାଆସ ରାସ୍ତା । କାଠ ଗଣ୍ଡିରେ ପାର ହେଉଛନ୍ତି ଲୋକେ । ଲଗାଣ ବର୍ଷାରେ ପୋଲର ଆପ୍ରୋଚ ରାସ୍ତା ଧୋଇ ଯିବା ପରେ ଲୋକେ କାଠ ଗଣ୍ଡି ଦେଇ ଯିବା ଆସିବା କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଜଲେଶପଟ୍ଟାରୁ । ସିର୍ଲାକୁ ସଂଯୋଗ କରୁଥିଲା ଏହି ରାସ୍ତା ।

Advertisment

ଲଗାଣ ବର୍ଷା ଯୋଗୁ ପ୍ରାୟ ୩ ଦିନ ପୂର୍ବେ ଜଲେଶପଟ୍ଟାରୁ ସିର୍ଲାକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ଧୋଇ ହୋଇ ଯାଇଛି। ନଦୀ ଉପରେ ବ୍ରିଜ୍ କାମ ଚାଲୁଥିବାବେଳେ ଆପ୍ରୋଚ୍ ରୋଡଟି  ଧୋଇ ହୋଇଯିବାରୁ ଲୋକେ ନାନା ହନ୍ତସନ୍ତ ହେଉଛନ୍ତି । ଏହି ଆପ୍ରୋଚ ରୋଡଟି ଏନଏଚ୍‌-୫୯ ପାର୍ଶ୍ୱରେ ଥିବା ବେଳେ ଏହା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି । ତେଣୁ ଲୋକେ ବାଧ୍ୟ ହୋଇ ଏକ କାଠ ଗଣ୍ଡି ପକାଇ ତାହା ଉପରେ ଯାତାୟତ କରୁଛନ୍ତି।

ନିର୍ମାଣ ଚାଲିଥିବା ଆପ୍ରୋଚ୍ ରୋଡ୍‌ରେ କେବଳ ବାଲି ବସ୍ତା ସହ ମାଟି ପକା ଯାଉଥିବାରୁ ବର୍ଷା ଆସିଲେ ରାସ୍ତା ପୁଣି ଧୋଇ ଯିବା ଆଶଙ୍କା କରିଛନ୍ତି ଗାଁ ଲୋକେ । ରାସ୍ତାକାମ ନିମ୍ନମାନର କରାଯାଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Bridge Problem Tree Log
Advertisment
Advertisment