• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜୁସେତୁ ଯୋଜନାରେ ନିର୍ମିତ ଏ ମରଣ ଯନ୍ତା ନାମ୍ନୀ ବ୍ରିଜ୍ । ପିଚୁ ଖୋଳି ହୋଇଯିବା ସହ ଫାଟି ଆଁ କରିଛି ରାସ୍ତା । ବିପର୍ଯ୍ୟସ୍ତ ହୋଇ ପଡିଛି ବିଜୁ ସେତୁ ଯୋଜନାରେ ନିର୍ମାଣ ହୋଇଥିବା ବ୍ରିଜର ଉଭୟ ଦିଗରେ ଥିବା ରାସ୍ତା । କନ୍ଧମାଳ କୋଟଗଡ ବ୍ଲକର ରଢିଗୁମାଠାରେ ନିର୍ମାଣ ହୋଇଥିବା ବିଜୁ ସେତୁ କାଯ୍ୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କେଉଁଠି ପିଚୁ ଖୋଳି ହୋଇଯାଇଛି ତ ଆଉ କେଉଁଠି ରାସ୍ତା ଫାଟି ଆଁ କରିଛି । ସତେ ଯେମିତି ଏହା ରାସ୍ତା ତ ନୁହେଁ ଏକ ମରଣଯନ୍ତା । ଅତି ବିପଦଜ୍ଜନକ ଭାବେ ଲୋକେ ଯିବା ଆସିବା କରୁଛନ୍ତି । 


ଏଭଳି ନିମ୍ନମାନର କାମ ଉପରେ ଘଂଟ ଘୋଡାଇବା ପାଇଁ ତରବରିଆ ଭାବେ ଠିକାଦାର ଜଣକ ଏବେ ଟ୍ରାକର ଯୋଗେ ମାଟି ପକାଉଛନ୍ତି । ତାହା ବି ପୁଣି ଦିନ ଦ୍ୱିପହରରେ ।  ଏଭଳି ନିମ୍ନମାନର କାର୍ଯ୍ୟ କୋଟଗଡ ବ୍ଲକ ରଢିଗୁମା ଚାଉଳଧୁଆ ନଦୀ ଉପରେ ନିର୍ମାଣ ହୋଇଥିବା ବିଜୁ ସେତୁ ଉପରେ ଦେଖିବାକୁ ମିଳିଛି ।  ନିମ୍ନମାନର କାମ ଯୋଗୁ ବିଜୁ ସେତୁ ଯୋଜନାର ଅବସ୍ଥା ଏଭଳି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 


୨୦୧୮ରେ ବିଜୁ ସେତୁ ଯୋଜନାରେ ସରକାର ଚାଉଳଧୁଆ ନଦୀ ଉପରେ ଏକ ହାଇ ଲେଭେଲ ବ୍ରିଜ୍ ନିର୍ମାଣ ପାଇଁ ୧ କୋଟି ୮୭ ଲକ୍ଷ ୫୦ ହଜାର ଟଙ୍କା ମଂଜୁର କରିଥିଲେ । ଗ୍ରାମ୍ୟ ଉନ୍ନୟନ ବାଲିଗୁଡା ଡିଭିଜନ ଏହି ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବାବେଳେ କାର୍ତିକ ଚନ୍ଦ୍ର ସ୍ୱାଇଁ ନାମକ ଏକ ଠିକାଦାରଙ୍କୁ ଟେଂଡର ମିଳିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଠିକାଦାର ଜଣକ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ବାଲିଗୁଡା ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପଚରା ଯାଇଥିଲେ ମଧ୍ୟ ସେ ଏ ନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ ।