• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧୀରେ ଧୀରେ ସୁସ୍ଥ ହେଉଛି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା । ଖେଳୁଛି, ବୁଲୁଛି, ସାଧାରଣ ଶିଶୁଙ୍କ ପରି ଜୀବନ ବିତାଉଛି । ଡାକ୍ତରଖାନାର ସ୍ୱତନ୍ତ୍ର କ୍ୟାବିନରୁ ବାହାରି ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ସମୟ ପାଇଲେ ବାପା ଭୂୟାଁ କହଁରଙ୍କ ସହିତ ପ୍ରାତଃ ଭ୍ରମଣ ମଧ୍ୟ କରୁଛି । ଏହା ସହିତ କେତେବେଳେ ପାର୍କ ତ କେତେବେଳେ ମନ୍ଦିର ଓ ବଜାରକୁ ମଧ୍ୟ ବାପାଙ୍କ ସହିତ ବୁଲିବାକୁ ଯାଉଛି ଜଗା ।

ମେଡିକାଲ ପରିସରରେ ସେ ସବୁଠାରୁ ଅଧିକ ବୁଲାବୁଲି କରୁଥିବା ବେଳେ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହିତ ବହୁ ସମୟରେ ହସଖୁସି କରୁଥିବା ଦେଖାଯାଇଛି । ସକାଳୁ ଜଗା ତା ବାପାଙ୍କ ସହିତ ଚା ଦୋକାନ ଯାଇ ଚାହା ପିଉଛି । ତେବେ ଆଗକୁ କିଭଳି ପୁନର୍ବାର ସଫଳ ଅସ୍ତ୍ରୋପ୍ରଚାର କରି ତା ମୁଣ୍ତରୁ ସବୁ ଦିନ ପାଇଁ ହେଲମେଟ ବାହାରିବ ସେ ସମୟକୁ ଅପେକ୍ଷା ରହିଛି ବୋଲି ଜଗାର ବାପା ଭୂୟାଁ କହଁର କହିଛନ୍ତି । ଏବେ ଜଗା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗର ଏକ ସ୍ୱତନ୍ତ୍ର କ୍ୟାବିନରେ ରହି ଚିକିତ୍ସିତ ହେଉଛି ।

ଅନ୍ୟପକ୍ଷେ, ଗତ ଜୁଲାଇ ମାସ ୫ ତାରିଖ ଦିନ ଜଗା କଟକ SCB ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଥିଲା।