Advertisment

୭୦ ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଫୁଲବାଣୀ ବିଧାୟକ

୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Phulbani MLA Appeared Matric Exam

Phulbani MLA Appeared Matric Exam

ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ। କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ। ଯାହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି। 

Advertisment

ଫୁଲବାଣୀର ରୁଜାଙ୍ଗି ବିଦ୍ୟାଳୟରେ ଆଜି ବିଧାୟକ ଓ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ପରୀକ୍ଷା ଦେଇଛନ୍ତି। ବିଧାୟକ ଆଜି ସାଧାରଣ ପରୀକ୍ଷାର୍ଥୀଙ୍କ ଭଳି ପରୀକ୍ଷା କେନ୍ଦ୍ରକୁ ଆସିବା ସହ ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲ୍‌ ଭିତରକୁ ଯାଇଥିଲେ। ସେହିପରି ବିଧାୟକଙ୍କ ସରପଞ୍ଚ ବନ୍ଧୁ ତଥା ଲୁଇସିଂ ଗ୍ରାମ ପଞ୍ଚାୟତର ସରପଞ୍ଚ ମଧ୍ୟ ବିଧାୟକଙ୍କ ସହ ଗୋଟିଏ ସ୍କୁଲରେ ପରୀକ୍ଷା ଦେଇଛନ୍ତି। ଜଣେ ବିଧାୟକ ତା’ବି ପୁଣି ଏହି ବୟସରେ ପରୀକ୍ଷା ଦେଉଥିବାରୁ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। 

ବିଧାୟକ ଅଙ୍ଗଦ କହଁର କହିଛନ୍ତି, ଛାତ୍ର ସମୟରେ ପାରିବାରିକ ସମସ୍ୟା ଯୋଗୁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲି। ହେଲ ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିବାରୁ ଏଇ ବୟସରେ ସେ ପରୀକ୍ଷା ଦେଉଥିବା ବିଧାୟକ କହିଛନ୍ତି। ସେ ଆହୁରି କହିଛନ୍ତି, ପାଠପଢା ପାଇଁ କୌଣସି ବୟସ ସୀମା ନଥାଏ। ତେଣୁ କୌଣସି ସଙ୍କୋଚ ବିନା ପରୀକ୍ଷା ଦେଉଛି। 

Advertisment

ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଦୁଇ ବର୍ଷ ପରେ ପୁଣି ଅଫ୍‌ଲାଇନ୍‌ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। କପି ରୋକିବାକୁ ୬୫ଟି ଫ୍ଲାଇଂ ସ୍କ୍ୱାଡ୍‌ର ବ୍ୟବସ୍ଥା ହୋଇଛି।

Odisha Matric Exam Matric Exam Otv Offbeat News Phulbani MLA
Advertisment
Advertisment