/odishatv-khabar/media/post_attachments/uploadimage/library/16_9/16_9_0/Crime_1665746087.jpg)
Crime
ପ୍ରେମିକାକୁ ମୋବାଇଲ ଫେରାଇବାକୁ ଆସି ହତ୍ୟାର ଶିକାର ହେଲା ପ୍ରେମିକ । ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ଭାଇ । ଏମିତି ଏକ ଅଭାବନୀୟ ଓ ଅମାନବୀୟ କାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ । ଜଣେ ପ୍ରେମିକ ନିଜ ପ୍ରେମିକାକୁ ମୋବାଇଲ ଫେରାଇବାକୁ ଯାଇଥିବା ବେଳେ ହତ୍ୟାର ଶିକାର ହୋଇଛି । ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ଅପଣଙ୍କୁ କଥାଟା ବୁଝିବା ପାଇଁ ଟିକେ ଅଡ଼ୁଆ ହେଉଥିବ । ତେବେ ପୁରା କାହାଣୀଟି ହେଲା, ପ୍ରେମିକ ଜଣକ ହେଉଛନ୍ତି ସାରଙ୍ଗଡ଼ କୂଳପଦର ଗାଁର ପ୍ରଦୀପ ମଲିକ । ସେ ପାଖାପାଖି ଏକ ବର୍ଷ ହେବ ଗୁଞ୍ଜିବାଡ଼ି ପଞ୍ଚାୟତ ଡ଼ଡ଼ବାଡ଼ି ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରରେ ଥିଲେ । ଆଉ ଗତ ୯ ତାରିଖରେ ଯୁବତୀ ଜଣକ ରାଇକିଆ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ପ୍ରଦୀପ ସହିତ ଯୁବତୀ ଜଣକ ଦେଖା ହୋଇଥିଲେ । ଦେଖା ହେବା ପରେ ଉଭୟ ବେଶ୍ କିଛି ସମୟ କଥା ହୋଇଥିଲେ । ଏହାପରେ ପ୍ରଦୀପ ଯୁବତୀଙ୍କୁ ଘରକୁ ଡାକିଥିଲେ । ଯୁବତୀ ଜଣଙ୍କ ଅରାଜି ହେବାରୁ ପ୍ରଦୀପ ତାଙ୍କୁ ବାଧ୍ୟ କରିଥିଲେ । ତଥାପି ଯୁବତୀ ରାଜି ହୋଇନଥିଲେ ।
ଅଧିକ ପଢ଼ନ୍ତୁ: ସହ୍ୟ ହେଲାନି ପ୍ରେମିକା ସହ ବିଚ୍ଛେଦ:ନିଜକୁ ନିଜେ ଗୁଳି ମାରିଲେ ଯୁବକ
ତେଣୁ ଏଥିରେ ସାମନ୍ୟ ରାଗିଯାଇ ପ୍ରଦୀପ ସେହି ଯୁବତୀ ବା ନିଜ ପ୍ରେମିକାଙ୍କ ମୋବାଇଲ ଛଡ଼ାଇନେଇ ଘରକୁ ଚାଲିଯାଇଥିଲେ । ଘଟଣାର ପରଦିନ ପ୍ରଦୀପ ମୋବାଇଲ ଫେରାଇବା ପାଇଁ ଯୁବତୀଙ୍କ ଗାଁକୁ ଆସିଥିଲେ । ସେଠାରେ ଯୁବତୀଙ୍କ ଭାଇ ଜ୍ୟୋତିନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାସହ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ଅଧିକ ଉତ୍କ୍ଷିପ୍ତ ହୋଇ ଜ୍ୟୋତିନ୍ଦ୍ର ଟାଙ୍ଗିଆ ଆଣି ପ୍ରଦୀପଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପରେ ଜ୍ୟୋତିନ୍ଦ୍ର ନିଜେ ଥାନାକୁ ଯାଇ ଆତ୍ମସମର୍ପଣ ମଧ୍ୟ କରିଥିଲେ ।
ତେବେ ମୋବାଇଲ ଫେରାଇବାକୁ ଆସି ହତ୍ୟାର ଶିକାର ହୋଇଥିବା ପ୍ରେମିକଙ୍କ ଘରେ ଏବେ ପଡିଛି କାନ୍ଦବୋବାଳି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
(ରିପୋର୍ଟ- ଅଜିତ୍ ନାୟକ, ବାଲିଗୁଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)