/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665284880.jpg)
Death of class 7 girl student BJP mahila Morcha to meet family in Phulbani
କନ୍ଧମାଳ ଜିଲ୍ଲା ଫୁଲବାଣୀ ବେଲଘର ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ। ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ବେଲଘର ଗସ୍ତ କରିବ। ଗତକାଲି ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣାରେ ପ୍ରତିବାଦ କରିଥିଲା।
ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା ଦାବି କରିଛି। ସେପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ହଷ୍ଟେଲ୍ର ମାଟ୍ରନ ରଞ୍ଜିତା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହାସହ ପ୍ରଧାନ ଶିକ୍ଷକ, ସହକାରୀ ଅଧୀକ୍ଷକ, ANMଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଦେଇଛନ୍ତି।
ନାବାଳିକାଙ୍କ ମୃତ୍ୟୁ ନେଇ ପ୍ରଶାସନକୁ ପରିବାର ଲୋକେ ଦାୟୀ କରିଛନ୍ତି। ଝିଅର ମୃତ୍ୟୁ ପାଇଁ ସରକାର ହିଁ ଦାୟୀ ବୋଲି ଛାତ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି। ପ୍ରଶାସନର ବେପରୁଆ ମନୋଭାବ ଓ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁ ଝିଅର ଜୀବନ ଚାଲିଗଲା ବୋଲି ପରିବାର ଲୋକେ କହିଛନ୍ତି। ଅନ୍ୟପକ୍ଷେ, ଛାତ୍ରୀର ମୃତଦେହ ବେଲଘର ପହଞ୍ଚିବା ପରେ ଅଞ୍ଚଳବାସୀ ରାତି ତମାମ ଥାନା ଆଗରେ ପାଟିତୁଣ୍ଡ କରିଥିଲେ। କିନ୍ତୁ ତୁମୁଡିବନ୍ଧ ପ୍ରଶାସନ ପୀଡ଼ିତ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ମୃତଦେହ ଗାଁକୁ ନେଇ ଶବଦାହ କରାଯାଇଥିଲା। ପ୍ରଶାସନ ପରିବାର ଲୋକଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିଛନ୍ତି। ଆଉ ୫୦ ହଜାର ଟଙ୍କା ପରେ ପ୍ରଦାନ କରାଯିବ ବୋଲି ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର କହିଛନ୍ତି।
ସୂଚନାଥାଉ କି, କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ମୃତ ଶିଶୁକୁ ଜନ୍ମ ଦେବା ପରେ ଆଖି ବୁଜିଛନ୍ତି। ଛାତ୍ରୀ ଜଣକ ବେଲଘର ଥାନା ଅଞ୍ଚଳରେ ଥିବା ଏକ ସେବାଶ୍ରମ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ମାସ ୨୪ ତାରିଖରେ ସମ୍ପୃକ୍ତ ଛାତ୍ରୀ ୪ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ସେବାଶ୍ରମ ସ୍କୁଲ୍ କର୍ତ୍ତୃପକ୍ଷ ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଖରାପ ପରେ ଛାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପୁଣି ୩୦ ତାରିଖରେ ଛାତ୍ରୀଙ୍କୁ ଥଇଥାନ କେନ୍ଦ୍ରକୁ ଫେରିବା ପରେ ଛାତ୍ରୀଙ୍କର ପେଟ ବ୍ୟଥା ହେବା ସହ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ନବଜାତକ ସନ୍ତାନକୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଛାତ୍ରୀ ଜଣକ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଅଭିଯୋଗ ଅନୁଯାୟୀ, ଏହି ଘଟଣାରେ ବେଲଘର ପୋଲିସ ସେହି ଅଞ୍ଚଳର ଦଶମ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ବାଳାଶ୍ରମକୁ ପଠାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)