୧୮ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ମୁହାଁଇବ।
ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ କଟକଣା ଲାଗିବ। ଔଷଧ କାରବାର ଉପରେ ସ୍ୱଚ୍ଛତା ଆଣିବାକୁ ସଂଘ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
OPSC ବିଜ୍ଞାପନ ଅନୁଯାୟୀ, ନଭେମ୍ବର ୨୬ ଏବଂ ୨୭ ରେ ଓଡ଼ିଶା ଶିକ୍ଷା ସେବା ଅଧିକାରୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।
ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ
ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଏହି ସବୁ କାହାଣୀ ଜାଣିବା ପରେ ନିସ୍କର୍ଷ ହେଲା, ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ଏମାନେ ଶତପ୍ରତିଶତ ପ୍ରମାଣ କରି ଦେଖାଇଛନ୍ତି ।
୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି ।
ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ଦାବି ଉଠିଛି।
ଉପକୂଳ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଜି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ମର୍କତନଗର ଥାନା ସିଡିଏ ସେକ୍ଟର ୭ରେ ଅଭାବନୀୟ ଘଟଣା। ଅଝଟ ହେବାରୁ ୯ ବର୍ଷର ପୁଅକୁ ଚେଙ୍କ ସହ ବେଲ୍ଟରେ ମାଡ଼ ଦେଲେ ଦାଦା, ଖୁଡ଼ି। ସେମାନଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦେଲେ ଆଈ ଓ ଅଜା। ମା’ଙ୍କ ମୃତ୍ୟୁ ପରେ ପିଲାଟିକୁ ଅଜା, ଆଇଙ୍କ ପାଖରୁ ନେଇ ଜୋର କରି ରଖିଥିଲେ ଦାଦା, ଖୁଡ଼ି।
୪ବର୍ଷ ହେଲା ସରିପାରୁନି ସଂପ୍ରସାରଣ କାମ । ଅସହାୟତା ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଘର ଭିତରେ ମଦ, ଚାଳ ଆଟୁରେ ମଦ, ଘର ତାଜାରେ ମଦ। ଯୁଆଡ଼େ ଦେଖିବେ, ସିଆଡ଼େ ଖାଲି ବ୍ୟାରେଲ୍ ବ୍ୟାରେଲ୍ ମଦ। ଘରର ଡ୍ରେସିଂ ରୁମ୍, ଡ୍ରଇଂ ରୁମ୍, ସିଢ଼ିଘର ତଳ, ଉପର ମହଲା, ଟଏଲେଟ୍ର ଉପର କପ୍ ବୋର୍ଡ ସବୁଆଡ଼େ ବ୍ୟାରେଲ ବ୍ୟାରେଲ୍ ମଦ ଆଉ ପୋଚ ମହଜୁଦ ରଖାଯାଇଛି।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୧ ହଜାର ୯୫୦ ଟଙ୍କା ରହିଛି ।
ଏମିତି ସ୍ୱତନ୍ତ୍ର ପୂଜା ହେଉଛି କଟକ ମାହାଙ୍ଗାର ଜଟାଧାରୀ ପୀଠରେ ।
ଭସାଣି ପାଇଁ ରାଜଧାନୀରେ ମୁତୟନ ହୋଇଛନ୍ତି ୧୭ ପ୍ଲାଟୁନ ପୋଲିସ ଫୋର୍ସ
ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।
ଭୁବନେଶ୍ୱର, ଆଠଗଡ଼, ବ୍ୟାସନଗରରେ ଭାଙ୍ଗିଲା ତୋରଣ । ଭଦ୍ରକ ମେଡ଼ିକାଲ ଭିତରେ ପଶିଲା ପାଣି ।
କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ସୁନାରେ ସୁସଜ୍ଜିତ ହୋଇଛି ମାଙ୍କ ପୂଜା ପେଣ୍ଡାଲ ଓ ଆଭୂଷଣ
ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ନିଜ ଉଦ୍ୟମରେ କିଛି ଭିନ୍ନ ଓ ନିଆରା କାର୍ଯ୍ୟ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଆଉ ସୃଷ୍ଚି କରନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏମିତି କିଛି ଉତ୍ସାହି, ଉଦ୍ୟମୀ ଓ ସଫଳ ଯୁବ ଉଦ୍ୟୋଗୀଙ୍କ ବିଷୟରେ ଜାଣନ୍ତୁ..
ଦଶହରା ଓଡିଶାର ଏକ ପ୍ରମୁଖ ପର୍ବ। ଏନେଇ କଟକର ସ୍ଥାନ ସ୍ୱତନ୍ତ୍ର। ମା’ଙ୍କ ପୂଜା ବିଧିରେ ଭୋଗ ଏକ ନିଆରା ପରମ୍ପରା। କେତେକ ମଣ୍ଡପରେ ସାଧାରଣ ଭୋଗ ହେଉଥିବା ବେଳେ ଆଉ କେତେକ ମଣ୍ଡପର ଭୋଗକୁ ନେଇ ରହିଛି ସ୍ୱତନ୍ତ୍ରତା। ଆସନ୍ତୁ ନଜର ପକେଇବା…
ଟ୍ୱିନସିଟିରେ ପୂଜା ବଜାର ଗରମ । ତେଣେ ରାସ୍ତାଘାଟରେ ଅସମ୍ଭାଳ ଟ୍ରାଫିକ୍ ଜାମ୍ । ସ୍ଥିତି ଏଭଳି ହେଉଛି ଯେ, ରାସ୍ତାରେ ଆମ୍ବୁଲାନ୍ସକୁ ବି ବାଟ ମିଳୁନି ।