• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ଋତୁରେ ବଢ଼ି ବଢ଼ି ଚାଲିଛି ସୁନା ଦର । ସୁନା, ରୁପାରେ ହାତ ମାରିବା ପାଇଁ ଭୟ ଲାଗୁଛି । ଗତକାଲି ତୁଳନାରେ ଆଜି ପୁଣି ସୁନା ଦରରେ ବୃଦ୍ଧି ଘଟିଛି । ଆଜି ୨୩ କ୍ୟାରେଟ୍ ସୁନାର ଦର ଦଶ ଗ୍ରାମ ପିଛା ୫୪ ହଜାର ୧୦୦ ଟଙ୍କା ରହିଛି ।

ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୧,୮୦୦ ଟଙ୍କା ରହିଛି । ସେହିଭଳି ୨୦ କ୍ୟାରେଟ୍‌ ସୁନାର ଦର ୪୭ ହଜାର ୨୦୦ ଟଙ୍କା ରହିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୪୨,୬୦୦ ରାହିଛି । ଅନ୍ୟପଟେ ୧୪ କ୍ୟାରେଟ ସୁନା ମୂଲ୍ୟ ୩୩,୫୦୦ ଟଙ୍କା ରହିଛି ।

ସୁନା ପରି ଗତକାଲି ତୁଳନାରେ ଆଜି ରୁପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି । ରୁପା ଦରରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୭୦,୦୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।