/odishatv-khabar/media/post_attachments/uploadimage/library/16_9/16_9_0/s_1669447665.jpg)
Actress Rani Panda's car kills biker
ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ରାଜନଗର ଗାଁର ସୁକାନ୍ତ ବେହେରା। ତାଙ୍କର ବୟସ ୨୮-୩୦ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଏକ ବାଇକ୍ ସହ ରାନୀ ପଣ୍ଡାଙ୍କ କାର୍ ଧକ୍କା ହୋଇଥିଲା।
ସୁକାନ୍ତଙ୍କୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାର୍ ଡ୍ରାଇଭରକୁ ଅଟକ ରଖି ଆଠଗଡ଼ ପୋଲିସ ତଦନ୍ତ କରୁଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଠଗଡ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ପୋଲିସ୍ ଅଟକ ରଖି ପରେ ଛାଡି ଦେଇଥିବା ସୂଚନା ମିଳିଛି।
ଦୁର୍ଘଟଣାକୁ ନେଇ ମୃତ ସୁକାନ୍ତଙ୍କ ଜଣେ ସମ୍ପର୍କୀୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କୌଣସି ଏକ ସ୍ଥାନରେ ରାନୀ ପଣ୍ଡାଙ୍କ ପ୍ରୋଗ୍ରାମ ଥିଲା। କାଳେ ପ୍ରୋଗ୍ରାମ ବିଳମ୍ବ ହୋଇଯିବ, ତେଣୁ ତାଙ୍କ କାର୍ ବହୁତ ସ୍ପିଡ୍ରେ ଆସୁଥିଲା। ମୋ ପୁତୁରା ହାଇୱା ଡ୍ରାଇଭର। କାଲି ତା’ ମାଲିକ ତାକୁ ଗାଡ଼ି ଚଲାଇବା ପାଇଁ ଡାକିଥିଲା। ସେ ଯାଉଥିଲା। ଏହି ସମୟରେ ରାନୀ ପଣ୍ଡାଙ୍କ କାର୍ ତାକୁ ଧକ୍କା ଦେଲା। ମୋ ପୁତୁରାର ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି, ଚଳିବେ କେମିତି ?’
ମୁଁ ଏବେ ଟେମ୍ପରାରି ୩ ଦିନ ହେଲା ମାଡାମଙ୍କ ଗାଡ଼ି ଚଲାଉଛି..ଗାଡ଼ି ଆମର ୫୦ରୁ ୬୦ ବେଗ୍ରେ ଥିଲା..ବାଇକ୍ ବାଲା ହଠାତ୍ ଆସି ବାମପଟେ ପିଟିଲା: ରାଣୀ ପଣ୍ତାଙ୍କ ଡ୍ରାଇଭର#CarAccident#Accident#ActressRaniPanda#Odisha#OTVpic.twitter.com/zVfqk95ass
— ଓଟିଭି (@otvkhabar) November 26, 2022
ଅନ୍ୟପକ୍ଷେ, ରାନୀ ପଣ୍ଡାଙ୍କ ଡ୍ରାଇଭର କହିଛନ୍ତି ଯେ, ‘ମୁଁ ଏବେ ଟେମ୍ପରାରି ୩-୪ ଦିନ ହେଲା ମାଡାମଙ୍କ ଗାଡ଼ି ଚଲାଉଛି। ଗାଡ଼ି ଆମର ୫୦ରୁ ୬୦ ବେଗ୍ରେ ଥିଲା। ବାଇକ୍ ବାଲା ହଠାତ୍ ଆସି ବାମ ପଟେ ପିଟିଲା।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)