ଲୋକଙ୍କୁ ତ୍ୱରିତ୍ ନ୍ୟାୟ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି । ଗୃହରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
'ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନଥିବା ସୁପ୍ରିମକୋର୍ଟଙ୍କ ରାୟ'
ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ।
ସମ୍ବଲପୁର କୋର୍ଟକୁ ଆସୁ ନାହାନ୍ତି ଓକିଲ, ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ସାଧାରଣ ଜନତା । ଜାମିନ ନପାଇ ଜେଲ ଭିତରେ ଏକାଧିକ ଆଇନଜୀବୀ, ଏପଟେ ମାମଲା ପରିଚାଳନା ପାଇଁ ଓକିଲ ପାଉ ନାହାନ୍ତି ମହକିଲ । ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ସମ୍ବଲପୁର ଓକିଲଙ୍କ ଆନ୍ଦୋଳନ ଓ ବିଚାରପତିଙ୍କ ଚାମ୍ବର ଭଙ୍ଗାରୁଜା ଘଟଣା ପରେ ଏଯାଏଁ ସ୍ୱାଭାବିକ ହୋଇପାରୁନି କୋର୍ଟ କାର୍ଯ୍ୟ ।
ଓକିଲଙ୍କ ଅଭାବ ଓ ଅସହଯୋଗରୁ ବିନା ଆଇନ୍ ପରାମର୍ଶରେ ଦୈନିକ ଫେରିଯିବାକୁ ବାଧ୍ୟ ହେଉଛନ୍ତି ଶହ ଶହ ସାଧାରଣ ଜନତା ।
ସମ୍ବଲପୁର କୋର୍ଟ ଚାରିପଟେ ପୋଲିସ୍ ଛାଉଁଣୀ। ତାରି ଭିତରେ କୋର୍ଟକୁ ବିଚାରପତି ଯାଉଛନ୍ତି। ଦୂରଦୂରାନ୍ତରୁ ମହକିଲ ଆସୁଛନ୍ତି। ହେଲେ ନିଜ ନିଜ ଓକିଲଙ୍କୁ ଭେଟି ନପାରି କେବଳ କୋର୍ଟ ପରିସରରେ ଥିବା ହେଲ୍ପ ଡେସ୍କରୁ ତାରିଖ ନେଇ ଫେରୁଛନ୍ତି। ଏଇ ଯେମିତି ସମ୍ବଲପୁର କତରବଗା ତରୁଣ୍ଡି ମହୁଲର କେଶବ ଚିକୁ ବାରିକ। ୨୦୧୮ରେ ତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ଆଜି ତାରିଖରେ ତାଙ୍କୁ ହାଜର ହୋଇ ତଥ୍ୟ ପ୍ରମାଣ ରଖିବାକୁ କୋର୍ଟରୁ ସମନ ଥିଲା ହେଲେ ଓକିଲ ନଥିବାରୁ ଆର ମାସ ଏଇ ତାରିଖରେ ପୁଣି ହାଜର ପାଇଁ ତାଙ୍କୁ ସମୟ ଦିଆଯାଇଛି।
ପ୍ରଥମଥର ପାଇଁ ସମ୍ବଲପୁର କୋର୍ଟରେ ଏଭଳି ଅଭାବନୀୟ ସ୍ଥିତି ଲାଗି ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛି ବିଜେପି।
ମଉଳିଗଲା ଆଶା, ଭାଙ୍ଗିଗଲା ସ୍ୱପ୍ନ । ଦୀର୍ଘ ବର୍ଷ ଧରି ଜାରି ରହିଥିବା ଆନ୍ଦୋଳନ ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ଖାରଜ କରିଦେଲେ ସୁପ୍ରିମକୋର୍ଟ । ଆନ୍ଦୋଳନରୁ ଓହରିବା ପାଇଁ ପ୍ରଥମେ ଚେତାବନୀ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ, ଲାଇସେନ୍ସ ସସ୍ପେଣ୍ଡ ସହ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହିଂସା ପାଇଁ ଡିଜିପି ଓ ଉତ୍ତରାଞ୍ଚଳ ଆଇଜିଙ୍କୁ ଭର୍ତ୍ସନା ।
ସମ୍ବଲପୁର କୋର୍ଟରୁମ୍ରେ ଭଙ୍ଗାରୁଜା ଘଟଣାରେ ୧୬ ଗିରଫ ।
ସୁପ୍ରିମକୋର୍ଟରେ ଦାୟର ସତ୍ୟପାଠକୁ ନେଇ ଅଡୁଆ, ଭର୍ଚୁଆଲ୍ ଆକ୍ସେସ୍ ବ୍ୟବସ୍ଥା କଲେ ଆବଶ୍ୟକ ପଡିବନି ସ୍ଥାୟୀ ବେଞ୍ଚ ।
ଗତ ନଭେମ୍ବର ୩୦ରେ ହୋଇଥିବା ଆନ୍ଦୋଳନର FIR ଅନୁୟାୟୀ ୨୯ ଜଣ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବାର କାଉନ୍ସିଲ୍ ଅଫ ଇଣ୍ଡିଆ।
ସମୟ ସକାଳ ପ୍ରାୟ ୧୦ଟା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।
ସମୟ ସକାଳ ପ୍ରାୟ ୧୦ଟା ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ସୁରକ୍ଷା ବଳରେ କୋର୍ଟକୁ ଆସୁଥିଲେ ବିଚାରପତି । କିନ୍ତୁ ଓକିଲଙ୍କ ସମେତ ବିଭିନ୍ନ ସଂଗଠନ ସଦସ୍ୟ ସାଜିଥିଲେ ପ୍ରତିବନ୍ଧକ । ଆନ୍ଦୋଳନକାରୀଙ୍କୁ ବୁଝାଇଥିଲେ ଅତିରିକ୍ତ ଏସପି ଓ ଏସ୍ଡିପିଓ ।