କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା ।
ଗାଡ଼ି ରଖି ସେଲ୍ଫି ନେଉଥିବା ବେଳେ ବୃଦ୍ଧଙ୍କ ଗୋଡ଼ ଖସି ଯାଇଥିଲା। ବହୁ ଖୋଜାଖଜି ପରେ ଅଗ୍ନିଶମ ଟିମ୍ ୬୯ ବର୍ଷୀୟ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।
ବ୍ରିଜ୍ ତଳକୁ ଡେଇଁବା ପୂର୍ବରୁ ସେ କାହା ସହ ଫୋନରେ କଥା ହେଉଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ବ୍ରିଜ୍ ଉପରେ ପହଞ୍ଚିଥିଲା ଅଗ୍ନିଶମବାହିନୀର ଟିମ୍ ।
ଆସନ୍ତା ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ମହାନଦୀ ଜଳବିବାଦ ପ୍ରସଙ୍ଗର ଶୁଣାଣି । କମନ୍ ଇଫର୍ମେସନ ଫର୍ମାଟ୍ ଚୂଡ଼ାନ୍ତ ପାଇଁ ଶେଷ ସୁଯୋଗ ଦେଲେ ଟ୍ରିବ୍ୟୁନାଲ ।
ଗତବର୍ଷ ସେଇଠି ଘାଇ ହୋଇଥିଲା, ଦେଢ଼ମାସ ତଳେ ମରାମତିରେ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ଆଜି ପୁଣି ସେଠି ୨୦ ଫୁଟ୍ ରୁ ଅଧିକ ଚଉଡ଼ା ଘାଇ ମେଲି ଗାଁଗଣ୍ଡାରେ ବଢ଼ି ପାଣି ପଶିଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତେରମାଣପୁରରେ ଗାଁ ନିକଟରେ ମହାନଦୀରେ ପୁଣି ବିରାଟ ଘାଇ ଏ ସ୍ଥିତି ସୃଷ୍ଟି କରିଛି
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।
ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଛି ।
ସମ୍ବଲପୁରରେ ମହାନଦୀକୁ ଡେଇଁ ଯୁବକ ନିଖୋଜ ସନ୍ଦେହ । ଚାଉଁରପୁର ବ୍ରିଜରୁ ଡେଇଁପଡ଼ିଥିଲେ ।
ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା। ଏମିତି ନିଶା ଯେ, ମଦ ପିଇ ମାତାଲ୍ ଅବସ୍ଥାରେ ନଦୀକୁ ମଝି ପଳାଇଥିଲେ। ଏହି ସମୟରେ ପାଣି ଆସି ଯିବାରୁ ଯୁବକ ଜଣକ ନଦୀ ମଝିରେ ଫସି ଯାଇଥିଲେ।
ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।
ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍
ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ହାତେ ଦୂରରେ ଖାଲି ବାଲି ଆଉ ପଥର । ଦୂର ଦୂର ଯାଏଁ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା।
ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ
ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମ ଦିନରେ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ବୁଲି ଦେଖିଛି । ତେଣେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟରେ ବି ରାଜନୀତି ତେଜିଛି ।
ଶୁଷ୍କ ମହାନଦୀକୁ ନେଇ ଘନେଇବାରେ ଲାଗିଛି ବିବାଦ, ରାଜନୀତି । ହେଲେ ଆଗକୁ କ୍ଷେତ୍ର ପରିଦର୍ଶନ ପାଇଁ ଆସୁଥିବା ଟ୍ରିବୁନାଲ୍ ଆଗରେ ପ୍ରଭାବୀ ତଥ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର । ମହାନଦୀ ତଳ ମୁଣ୍ଡ ଶୁଖିଲା ପଡ଼ିବା ପଛର କାରଣ କଣ । ଏସବୁର ଯୁକ୍ତି ସଂଗତ ଉତ୍ତର ଟ୍ରିବୁନାଲକୁ ସନ୍ତୁଷ୍ଟ କରି ପାରିବ ତ ? ଏହାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିଲା ବେଳେ ଗ୍ରାଉଣ୍ଡ ଜିରୋରେ ବିଗିଡ଼ିବାରେ ଲାଗିଛି ମହାନଦୀର ସ୍ଥିତି
ସଙ୍କଟଜନକ ସ୍ଥିତିରେ ମହାନଦୀ । ହୀରାକୁଦ ଇତିହାସରେ ପ୍ରଥମ ଥର ପାଇଁ ସର୍ବନିମ୍ନ ଜଳସ୍ତର ରେକର୍ଡ। ଏମିତି ସ୍ଥିତି ପଛରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଛନ୍ତି ବିରୋଧୀ। ୪ ଦିନ ଭିତରେ ଜଳସ୍ତର ୧ ଫୁଟ୍ କମିଥିବା କହି, ବର୍ତ୍ତମାନ ହାରରେ ଜଳସ୍ତର କମିଲେ ମେ ଶେଷରେ ମହାନଦୀ ପୁରା ଶୁଖି ଯାଇପାରେ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପି ଓ କଂଗ୍ରେସ ମଧ୍ୟ ଏଭଳି ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ଆଜି ଟ୍ରିବୁନାଲ ଶୁଣାଣି କରି ମେ ମାସ ସୁଦ୍ଧା ଛତିଶଗଡ ଏବଂ ଓଡ଼ିଶା କ୍ଷେତ୍ର ପରିଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଛତିଶଗଡରୁ ଫ୍ଲୋ ନାହିଁ . . .ହୀରାକୁଦରେ ପାଣି ନାହିଁ
ଇତିହାସ କହେ ପାଶ୍ଚାତ୍ୟସଭ୍ୟତା ଓଡ଼ିଶାର ସର୍ବବୃହତ ନଦୀ ମହାନଦୀରୁ ହିଁ ଆରମ୍ଭ। ଏବେ କିନ୍ତୁ ମହାନଦୀ ଅବସ୍ଥା ଖରାପ। ନଈରେ ଅଂଟେ ବି ପାଣି ନାହିଁ। ଯେଉଁ ନାଉରୀଆମାନେ ଡଙ୍ଗା ଚଲେଇ ଦୁଇ ପଇସା ରୋଜଗାର କରୁଥିଲେ ଆଜି ସେମାନେ ବେଉସା ହରାଇ ଭୋକ ଉପାସରେ। ଗୋଟିଏ କି ଦୁଇଟି ନୁହେଁ ବରଂ ୨ଶହ ନାଉରିଆ ଏବେ ମହାନଦୀକୁ ଚାହିଁଚାହିଁ ଦିନ କାଟୁଛନ୍ତି ସତ ହେଲେ ଟଙ୍କାଟିଏ ବି ପାଉନାହାନ୍ତି।
ଜଳଭଣ୍ଡାର ତଳମୁଣ୍ଡରେ ବିକଳ ସ୍ଥିତି, ଚିନ୍ତାରେ ରବି ଧାନ ଫଳାଉଥିବା ଶହ ଶହ ଚାଷୀ
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।
ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି।
ଆଜି ସକାଳେ ବ୍ରିଜ୍ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ।
କେଉଁ କାରଣ ପାଇଁ ଯୁବକ ଜଣକ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।