Advertisment

ବାଲିଯାତ୍ରା ବିବାଦ: ପ୍ରଶାସନର କାର୍ଯ୍ୟଶୈଳୀକୁ ସୌମ୍ୟ ବି କଲେ ସମାଲୋଚନା

ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Row Over Odisha Bali Jatra

Row Over Odisha Bali Jatra

ପ୍ରଭାତ ତ୍ରିପାଠିଙ୍କ ପରେ କଟକ ବାଲିଯାତ୍ରା ବିବାଦ ନେଇ ମୁହଁ ଖୋଲିଛନ୍ତି ଖଣ୍ଡପଡା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ । ଭାଇଚାରା ସହର କଟକ ରେ ଶାନ୍ତି କମିଟି ଓ ପୂଜା କମିଟିର ଅନେକ ଭୂମିକା ରହିଥାଏ । ପର୍ବପର୍ବାଣୀ ସମୟରେ ପ୍ରଶାସନ ସହ ମିଶି କାମ କରେ ଶାନ୍ତି କମିଟି ଓ ପୂଜା କମିଟି । ତେବେ ବାଲିଯାତ୍ରା ସମୟରେ ଏମାନଙ୍କୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ସୌମ୍ୟରଂଜନ । ତାସହ ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବାଲିଯାତ୍ରା ମଞ୍ଚରେ ଛାତ୍ର ନେତାଙ୍କ ନବୀନ ବନ୍ଦନା ଗାନ, ଜିଲ୍ଲାପାଳ କହିଲେ ମୁଁ ଜାଣିନି !

ଦୁଇ ଦିନ ପୂର୍ବରୁ ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀ ବାଲିଯାତ୍ରାକୁ ନେଇ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ମହାନଗର ଶାନ୍ତି କମିଟି ଓ ପୂଜା କମିଟିକୁ ଜିଲ୍ଲା ପ୍ରଶାସନ ଅଣଦେଖା କରି ପ୍ଲଟ ଆବଣ୍ଟନରୁ ସମ୍ବର୍ଦ୍ଧିତ ପ୍ରତିଭା ଚୟନ ସବୁଥିରେ ଏକଚାଟିଆ ନିଷ୍ପତ୍ତି ନେଇଛି ।

Advertisment

ଅଧିକ ପଢ଼ନ୍ତୁ: ଜିଲ୍ଲା ପ୍ରଶାସନକୁ ପ୍ରଭାତଙ୍କ ନାଲି ଆଖି; କହିଲେ, ବାଲିଯାତ୍ରାରେ ହୋଇଛି ବ୍ୟାପକ ଦୁର୍ନୀତି

ବାଲିଯାତ୍ରାରେ କେତେ ଆୟ ଓ ବ୍ୟୟ ହୋଇଛି, ରାଜ୍ୟ ସରକାର ତାର ସ୍ପେଶାଲ ଅଡିଟ୍ କରନ୍ତୁ । ତେଣେ କଟକ ଜିଲ୍ଲାପାଳ ସ୍ପେଶାଲ ଅଡିଟ୍‌କୁ ସ୍ୱାଗତ କରିଥିବାବେଳେ କହିଛନ୍ତି, ସବୁ କିଛି ସ୍ୱଚ୍ଛତାରେ ହୋଇଛି । ରୋଚକ ହେଉଛି, ସ୍ଥାନୀୟ ବିଜେଡି ନେତା ଦେବାଶିଷ ସାମନ୍ତରାୟ ନିଜ ଦଳର ନେତା ପ୍ରଭାତଙ୍କ ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇବା ସହ କହିଛନ୍ତି, କିଛି ଭୁଲ୍ ହୋଇନି ।

ବାଲିଯାତ୍ରା ଆୟୋଜନରେ ହୋଇଛି ବ୍ୟାପକ ଅନିୟମିତତା । ମଞ୍ଚରେ କିଏ ସମ୍ମାନିତ ହେବେ ? ଉତ୍ସବରେ କେଉଁମାନେ ଅତିଥି ହେବେ ? ସାସ୍କୃତିକ କାର୍ଯ୍ୟକ୍ରମରେ କେଉଁ ଦଳ ଭାଗନେବେ ? ଏସବୁଥିରେ ହୋଇଛି ଗୁରୁତର ବିଭ୍ରାଟ । ପ୍ଲଟ ଆବଣ୍ଚନରରେ ବି ହୋଇନି ସ୍ୱଚ୍ଛତା । ଏଭଳି ଅଭିଯୋଗ ଆଣିଥିଲେ ପ୍ରଭାତ ।

Soumyaranjan Pattnaik Bali Jatra
Advertisment
Advertisment