/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669041756.jpg)
IIC Transfered
ଭିଡିଓ ଭାଇରାଲ ପରେ ହଟିଲେ କ୍ୟାଣ୍ଟନମେଣ୍ଟ ଥାନା IIC । ଡିସିପି କାର୍ଯ୍ୟାଳୟକୁ IIC ଦୀନକୃଷ୍ଣ ମିଶ୍ରଙ୍କ ବଦଳି ହୋଇଛି । ବଦଳି ନେଇ କଟକ ଡିସିପି ଅଫିସ ସୂତ୍ରରୁ ସୂଚନା ମିଳିଛି । IICଙ୍କ ବଟି ମାଗିବା ଭିଡିଓ ଭାଇରାଲ ହୋଇଥିଲା, ଭାଇରାଲ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।
କଟକ ରେ ବଟି ଆଦାୟ କରୁଛି କମିସନରେଟ ପୋଲିସ । ବାଲିଯାତ୍ରା ରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ନଦେଲେ ବ୍ୟବସାୟୀଙ୍କ ବିରୋଧରେ ମିଛ କେସ କରିବାକୁ ଧମକ ଦେଉଥିଲେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ।
ଅଧିକ ପଢ଼ନ୍ତୁ: ବାଲିଯାତ୍ରା ମଞ୍ଚରେ ଛାତ୍ର ନେତାଙ୍କ ନବୀନ ବନ୍ଦନା ଗାନ, ଜିଲ୍ଲାପାଳ କହିଲେ ମୁଁ ଜାଣିନି !
କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଆଜି ପ୍ରେସମିଟରେ ଏହାର ଏକ ଭାଇରାଲ ଭିଡିଓ ଦେଖାଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ପୋଲିସ ଅଧିକାରୀଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ତେବେ ବିଜେପିର ଅଭିଯୋଗ ନେଇ IIC ଦୀନକୃଷ୍ଣ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନି ।
(ରିପୋର୍ଟ- ଦେବାଶିଷ ମହାନ୍ତି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)