• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Cuttack Dhabaleswar hanging bridge caps pedestrian limit
ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି।

Youth forced to kneel down on Cuttack road, video goes viral
ବିଚ୍ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣା: ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

କାର୍‌ ଓଭରଟେକିଂ ବିବାଦକୁ ନେଇ ପ୍ରତାପନଗରୀ ଅଞ୍ଚଳରେ ରାସ୍ତା ଉପରେ ସର୍ବ ସମ୍ମୁଖରେ କିଛି ଯୁବକ ଜଣେ ଯୁବକଙ୍କୁ ଆଣ୍ଠେଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଯୁବକକମାନେ ଆକ୍ରମଣ କରିଥିଲେ। 

Orissa High Court Passes Now Married Daughter Are Liable To Get Ex Gratia
ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟ- ଏଣିକି ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି

ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି। 

Breaches Embankment In Pattamundai Canal
ପଟ୍ଟାମୁଣ୍ଡାଇ କେନାଲରେ ୧୦୦ ଫୁଟର ଘାଇ, ଭାଙ୍ଗିଲା କେନାଲ ବନ୍ଧ

୧୦୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ତ୍ରିବେଣୀଶ୍ୱର ବଜାର ନିକଟରେ କେନାଲ ବନ୍ଧ ଭାଙ୍ଗି ଯାଇଛି। ଏଥିଯୋଗୁ ଗୋପୀନାଥପୁର ଓ କୁଆଁପାଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। 

Cuttack Aghori Dance
ଜବରଦସ୍ତ ଅଘୋରି ଡ୍ୟାନ୍ସ ! ତୃତୀୟ ନୟନରୁ ବାହାରୁଛି ନିଆଁ, ଚାରିଆଡ଼ ଧୂଆଁ ଧୂଆଁ

ମୁଣ୍ଡରୁ ନିଆଁ ବାହାର କରିବାଠାରୁ ଆରମ୍ଭ କରି ବେକରେ ମୁଣ୍ଡ ମାଳ ପକାଇ ଦେଖାଉଛନ୍ତି ଚିତାକର୍ଷକ ନୃତ୍ୟ ।

Protest Against BJD Ministers
ବିଜେଡି ନେତା-ମନ୍ତ୍ରୀଙ୍କୁ ସବୁଠି ବିରୋଧ ! ଅତନୁଙ୍କ ଗାଡ଼ି ଅଟକାଇ କୈଫତ ମାଗିଲେ ମହିଳା

ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି ।

Orissa High Court Rejects Plea Of Former Advocate General Ashok Mohanty
ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଝଟ୍‌କା

ଚିଟ୍‌ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Gold Bangles
Today Gold Price- 26th Oct : ବିବାହ ଋତୁ ଆସୁଛି...ଜାଣି ନିଅନ୍ତୁ କେତେ ଅଛି ସୁନା ମୂଲ୍ୟ

ଆଗକୁ ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଜାଣନ୍ତୁ ଆଜି କେତେ ରହିଛି ସୁନା ମୂଲ୍ୟ ?

Cyclonic Storm Si-Trang Intensify Into A Severe Cyclonic Storm During Next 12 Hours
୧୨ ଘଣ୍ଟାରେ ଭୀଷଣ ବାତ୍ୟା ! ଆଜି ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି। 

Deep Depression Intensify Into A Cyclonic Storm
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ସିତ୍ରାଙ୍ଗ’, ଓଡ଼ିଶାର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।

Crackers
ବାଣ ବେପାରୀ ହତାଶ ! ବାତ୍ୟା ଭୟକୁ ଚଢ଼ା ଦର, ଦୋକାନ ମୁହଁ ମାଡ଼ୁ ନାହାନ୍ତି ଗ୍ରାହକ

ବାଣ ବଜାର ଉପରେ ବାତ୍ୟା ଓ ବର୍ଷା ଆଶଙ୍କାର ପ୍ରଭାବ । ବାତ୍ୟା ଭୟ ଯୋଗୁଁ ମାନ୍ଦା ପଡ଼ିଛି ବାଣ ବ୍ୟବସାୟ ।

OCA Election
OCA ନିର୍ବାଚନ: ପ୍ରଣବ ସଭାପତି, ସଞ୍ଜୟ ସମ୍ପାଦକ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ।

Ravenshaw University Students Will Not Allow To Protest
ରେଭେନ୍ସା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ମନା, କ୍ଲାସ୍‌ ରୁମ୍‌ରେ ମୋବାଇଲ୍‌ ବି ବ୍ୟବହାର କରିବେନି

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ।

Patient treated inside auto rickshaw under mobile torch light in Cuttack’s Niali CHC
ସରକାରୀ ଡାକ୍ତରଖାନାରେ ମିଳିଲାନି ବେଡ୍‌, ଅଟୋ ଭିତରେ ରୋଗୀଙ୍କୁ ଦିଆଗଲା ଇଞ୍ଜେକ୍ସନ

ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହା କୌଣଣି ଉପାନ୍ତ ଅଞ୍ଚଳର ନୁହେଁ ବରଂ କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। 

BJD Corporators create ruckus at CMC meeting
CMC ମିଟିଂରେ ବିଜେଡି କର୍ପୋରେଟରଙ୍କ ହୋ ହାଲ୍ଲା, ଜିଲ୍ଲାପାଳଙ୍କ ଉପରେ ବର୍ଷିଲେ...

ଗତ ବର୍ଷ ତୁଳନାରେ ଅହେତୁକ ଦର ବୃଦ୍ଧି ସହ ଟେଣ୍ଡର ପ୍ରକ୍ରିୟାକୁ କର୍ପୋରେଟରମାନେ ଦୃଢ ବିରୋଧ କରିଥିଲେ। ବ୍ୟବସାୟିକ ମନୋବୃତ୍ତି ନେଇ ପ୍ରଶାସନ ବାଲିଯାତ୍ରା ଆୟୋଜନ ନ କରୁ ବୋଲି କର୍ପୋରେଟରମାନେ କହିଥିଲେ।

Bamboo Art
ବାଉଁଶରେ ତିଆରି ହେଉଛି ଅଳଙ୍କାର, ଦେଖିଲେ ଆଖି ଝଲସିଯାଉଛି

ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।

Mo Bus
ଖୋଲିଲାନି ମୋ ବସ୍‌ର ଡୋର୍‌; ଝରକା ଡେଇଁ ପଦାକୁ ବାହାରିଲେ ଯାତ୍ରୀ

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍‌ର ଦୁଇଟି ଯାକ ଡୋର ଖୋଲି ନଥିଲା ।

balijatra1
ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ବୁକିଂ ଶେଷ

ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍‌ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ ।

Mohammed Moquim, Congress
ରହିଲା ମୋକିମଙ୍କ ବିଧାୟକ ପଦ, ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶରେ ହାଇକୋର୍ଟଙ୍କ ରୋକ୍

ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ।

Traffic rules and penalties to be stricter from today
ସାବଧାନ ଗାଡ଼ି ଚାଳକ ! ଆଜିଠୁ ଟ୍ରାଫିକ ଧରପଗଡ଼, ଧରାପଡ଼ିଲେ ଗଣିବେ ଫାଇନ୍‌

ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍‌ ମଧ୍ୟ ସାମିଲ ହେବ। 

Cuttack
କଟକରେ ତାଲିବାନୀ ଶାସନ ! ୧୫ ଶହ ଟଙ୍କା ପାଇଁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ

ଯୁବକଙ୍କୁ ସ୍କୁଟରରେ ବାନ୍ଧି ବିଚ୍ ରାସ୍ତାରେ ଦୌଡ଼ାଇଲେ ଅଭିଯୁକ୍ତ । ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସର ଖୋଳତାଡ଼ । ବର୍ବରତାକୁ ସଭ୍ୟ ସମାଜର ନିନ୍ଦା ।

Youth Tied To Bike and Dragged In Cuttack City
ବିଚ୍‌ ରାସ୍ତାରେ କଟକରେ ଦାଦାଗିରି, ଆକ୍ସନ୍ ମୋଡ୍‌ରେ ପୋଲିସ୍

କଟକରେ ଯୁବକଙ୍କ ହାତ ବାନ୍ଧି ରାସ୍ତା ଉପରେ ଦୌଡ଼ାଇବା ଘଟଣାରେ ଆକ୍ସନ୍ ମୋଡ୍‌ରେ ପୋଲିସ୍। ଆଜି ଦୁଇ ଜଣ ଯୁବକଙ୍କୁ ଲାଲବାଗ୍ ପୋଲିସ୍ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Youth Paraded In Cuttack Street Over Non Payment Of Dues
କଟକରେ ଦାଦାଗିରି: ପୋଲିସ୍‌ ଆଖି ସାମ୍ନାରେ ବିଚ୍‌ ରାସ୍ତାରେ ଯୁବକଙ୍କ ହାତ ବାନ୍ଧି ଦୌଡ଼ାଇଲେ

୨ଟି ଗାଡ଼ିରେ ୪ରୁ ୫ ଜଣ ଯୁବକ ଆସି ଆଗେ ଆଗେ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ହାତକୁ ରଶିରେ ବାନ୍ଧି ନିଜ ଗାଡ଼ିରେ ସଂଯୋଗ କରିଛନ୍ତି। ଏହାପରେ ଦୌଡ଼ାଇ ଦୌଡ଼ାଇ ପାଖାପାଖି ୨ କିଲୋମିଟର ଯାଏ ଯୁବକମାନେ ସମ୍ପୃକ୍ତ ଯୁବକଙ୍କୁ ନେଇଥିଲେ।

BJD eyes Odisha Cricket Association, Bobby Das in President race
OCA ଉପରେ ବିଜେଡ଼ିର ଆଖି ! ସର୍ବେସର୍ବା ହେବେ କି ବବି ଦାସ ?

ରାଜ୍ୟ ରାଜନୀତିରେ ଦବ୍‌ଦବା ଜାହିର କରିଥିବା ବବି ଦାସଙ୍କ ଏବେ OCA(Odisha Cricket Association) ଉପରେ ଆଖି। OCA ଉପରେ ସିଧାସଳଖ କବ୍‌ଜା ପାଇଁ ବିଜେଡି ପକ୍ଷରୁ ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Fraudster uses fake Instagram account of Anubhav Mohanty to seek money, actor files complaint
ଥାନାକୁ ଗଲେ ଅନୁଭବ, ଫେକ୍‌ ଆକାଉଣ୍ଟ କରି ଟଙ୍କା ମାଗୁଛନ୍ତି ଠକ

କେହି ଜଣେ ଅନୁଭବଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ଲୋକଙ୍କୁଠାରୁ ଆର୍ଥିକ ସହାୟତା ମାଗୁଛନ୍ତି।