Advertisment

ରାନୀ ପଣ୍ଡାଙ୍କ କାର୍‌ ଧକ୍କାରେ ଯୁବକ ମୃତ, ଥାନାରେ ଅଭିନେତ୍ରୀ ଅଟକ

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jatra Actress Rani Panda's car hits two-wheeler, youth dies

Jatra Actress Rani Panda's car hits two-wheeler, youth dies

ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ବସିଥିବା କାର୍ ଗତକାଲି ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ କଟକ SCBରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା (୨୮)।

Advertisment

ସୂଚନା ଅନୁସାରେ, ଏକ ବାହାଘର ଭୋଜି ଖାଇ ରାନୀ ପଣ୍ଡା କାର୍‌ରେ ଫେରୁଥିବା ବେଳେ ଡାଲଖାଇ ଛକ ନିକଟରେ ବାଇକ୍ ସହ ତାଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି।

Advertisment


 
 
 
 
 
 
 
 
 
 
 
 
 
 

A post shared by 💃Rani panda- official 💃 (@actress_rani_panda)

ଅନ୍ୟପକ୍ଷେ, ଘଟଣାକୁ ନେଇ ଆଠଗଡ଼ ଥାନାରେ ରାନୀ ପଣ୍ଡାଙ୍କୁ ଥାନାରେ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଛି। ଏହାସହ ଘଟଣାର ତଦନ୍ତ ଚଳାଇଛି। 

Accident Rani Panda Car Accident
Advertisment
Advertisment