ମଞ୍ଚରେ ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ପରିବେଷଣ ପ୍ରସଙ୍ଗକୁ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।
ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି, ‘ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି’
କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି ।
ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।
ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।
ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ବାଲିଯାତ୍ରା ଦେଖିବାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି ଦର୍ଶକ । ବାଲିଯାତ୍ରାର ପ୍ରତିମୁହୂର୍ତ୍ତର ମଜା ଉଠାଇବାକୁ ଲୋକଙ୍କ ଲାଗିଛି ଗହଳି । ବୁଲାବୁଲି ସହ ବିଭିନ୍ନ କିସମର ଖାଦ୍ୟ ଦର୍ଶକଙ୍କ ମନ ଜିଣିଛି । ବାଲିଯାତ୍ରାରେ କିଣାକିଣି ମଧ୍ୟ ବେଶ ଜମୁଛି । ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ମହିଳାଙ୍କ ଭିଡ଼ ଲାଗିଛି । ପ୍ରାୟ ସବୁ ଷ୍ଟଲରେ ଲାଗିଛି ଲୋକଙ୍କ ଗହଳି ।
ଡର ମିଶା ମଜା ପାଇବାକୁ ଜମୁଛି ପ୍ରବଳ ଗହଳି ।
ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।
ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ।
କଟକ ଭିତରେ ଆଉ ଏକ କଟକ, ଯେଉଁଠି ରହିଛି ଚଣ୍ଡୀ ମନ୍ଦିର, ଧବଳେଶ୍ୱର, ହାଇକୋର୍ଟ, କଦମ-ଏ-ରସୁଲ, ବାପିଷ୍ଟ ଚର୍ଚ୍ଚ ଓ ଗୁରୁଦ୍ୱାରା ଭଳି ବିଭନ୍ନ ଐତିହ୍ୟ ସ୍ଥଳୀ ।
ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।
ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବାକୁ ବ୍ୟବସ୍ଥା । ଗୁଡ଼ି ଉଡ଼ାର ମଜା ନେଲେ ପିଲାଠୁ ବୁଢ଼ା ।
ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପାଳନ କରିପାରିନଥିଲେ ଉତ୍କଳୀୟ ସମୃଦ୍ଧ ଐତିହାସିକ ଗାଥାକୁ ମନେ ପକାଇ ପାଳନ କରାଯାଉଥିବା ପରମ୍ପରାର ଏହି ପର୍ବ ।
ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଦିଏ। 'ଆକାମାବୈ' ପ୍ରତି ଓଡ଼ିଆଙ୍କ ରକ୍ତବିନ୍ଦୁରେ ଗୁଞ୍ଜରିତ ହୁଏ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର।
ସିସିଟିଭି ନଜରରେ ରହିବ ତଳ ଓ ଉପର ବାଲିଯାତ୍ରା ପଡ଼ିଆ, ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ
ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।
ଚଳଚଂଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ । ପ୍ଲାଷ୍ଟିକ ମୁକ୍ତ ଯାତ୍ରା ପାଇଁ ହୋଇଛି ବନ୍ଦୋବସ୍ତ ।
ଚଳଚଞ୍ଚଳ ହେଲାଣି ବାଲିଯାତ୍ରା ପଡିଆ । ଜମିଲାଣି ବେପାରୀଙ୍କ ଗହଳି ଚହଳି । ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ହୋଇଛି ବ୍ୟାପକ ଆୟୋଜନ ।
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାତିଦିନ ଏକ କରି ବିଶ୍ୱ ଦରବାରରେ କଟକର ବାଲିଯାତ୍ରାକୁ ଆଉ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ପରିଚୟ ଦେବା ପାଇଁ ଲାଗିପଡିଛନ୍ତି। ତାଙ୍କର ପ୍ରୟାସରେ ବିଶ୍ୱର ସବୁଠୁ ବଡ ବାଲୁକା କଳାରେ ଝଲସିବ କଟକ।
ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ ।
ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପକ୍ଷରୁ ବିରୋଧ, ପୂର୍ବ ଅପେକ୍ଷା ଏଥର ପ୍ଲଟ୍ ଦାମ୍ ବୃଦ୍ଧି ଅଭିଯୋଗ