Advertisment

ମହାନଦୀରେ ବୁଡ଼ିଗଲା ସ୍ୱପ୍ନ: ଅଧୁରା ରହିଗଲା ଦେଶ ସେବା ସ୍ୱପ୍ନ, ଅଭ୍ୟାସ ବେଳେ ଚାଲିଗଲା ଜୀବନ

ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

author-image
Rajalaxmi Sahoo
Indian Army aspirant dies during swimming practice in Cuttack

Indian Army aspirant dies during swimming practice in Cuttack

ମହାନଦୀରେ ବୁଡ଼ିଗଲା ସେନାରେ ସାମିଲ ହେବାର ସ୍ୱପ୍ନ। କଟକ ଜଗତପୁର ନିକଟ ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଜଗତପୁର ପୀର ବଜାର ଅଞ୍ଚଳର ସୋହେଲ ଖାନ୍। ନିମପୁର ଆଥଲେଟିକ୍ ନାମକ ସଂସ୍ଥା ପକ୍ଷରୁ ସୋହେଲ ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ସୋହେଲଙ୍କ ମୃତଦେହ ଉଦ୍ଧାର ହୋଇଛି।

Advertisment

ମୃତ ସୋହେଲଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ସଂସ୍ଥା ସୋହେଲଙ୍କୁ ପ୍ରଶିକ୍ଷଣ ଦେଉଥିଲା ତାଙ୍କ ପାଖରେ କୌଣସି ସୁରକ୍ଷା ଉପକରଣ ନଥିଲା। କେବଳ ଜାର ଓ ମୋଟର ଟିୟୁବ୍‌ ସହାୟତାରେ ପହଁରା ଅଭ୍ୟାସ କରାଯାଉଥିଲା। ଫଳରେ ଏତେ ବଡ଼ ଅଘଟଣ ଘଟିଲା। ଯଦି ସଠିକ୍ ସୁରକ୍ଷା ଉପକରଣ ଥାନ୍ତା ତା’ହେଲେ ମୋ ପୁଅର କିଛି ହୋଇନଥାନ୍ତା ବୋଲି ସୋହେଲ୍‌ଙ୍କ ବାପା କହିଛନ୍ତି। ସୋହେଲଙ୍କ ବାପା ଆହୁରି କହିଛନ୍ତି ଯେ, ସେନାରେ ସାମିଲ ହୋଇ ଦେଶ ସେବା କରିବା ପାଇଁ ତା’ର ବହୁତ ଇଚ୍ଛା ଥିଲା। ହେଲେ ତା’ର ଏହି ସ୍ୱପ୍ନ ଅଧୁରା ରହିଗଲା। 

କେବଳ ସେତିକି ନୁହେଁ ଉଦ୍ଧାର ପାଇଁ ଦମକଳ ବାହିନୀ ପହଞ୍ଚିଥିଲେ ବି ସେମାନଙ୍କ ପାଖରେ ଅକ୍ସିଜେନ୍ ନଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିବା ମୃତକଙ୍କ ସଂପର୍କୀୟ ଭାଇ ଅଭିଯୋଗ ଆଣିଛନ୍ତି।  ତୁରନ୍ତ ଉଦ୍ଧାର କରାଯାଇଥିଲେ ହୁଏତ ସୋହେଲ୍‌ଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ସଂପର୍କୀୟ କହିଛନ୍ତି। ସେପଟେ  ସୋହେଲ୍‌ଙ୍କୁ ପ୍ରଶିକ୍ଷଣ ଦେଉଥିବା ପ୍ରଶିକ୍ଷକ ବିକାଶ ସ୍ୱାଇଁଙ୍କୁ ପୋଲିସ ଅଟକ ରଖିଛି।  ସେନାରେ ଯୋଗ ଦେବା ପାଇଁ ଆଶାୟୀମାନେ ନିମପୁର ଆଥଲେଟିକ୍ ସଂସ୍ଥା ସହାୟତାରେ ଦୌଡ଼, ପହଁରା ଆଦି ଅଭ୍ୟାସ କରୁଥିଲେ। ଏହି ସଂସ୍ଥା ପକ୍ଷରୁ ୬୦ ଜଣ ପିଲା ଅଭ୍ୟାସ କରୁଥିଲେ। 

Advertisment

ମୃତ ଛାତ୍ର ସୋହେଲ୍‌ ନିଜ ଇଛାରେ ସେଠାକୁ ଯାଇଥିଲେ ନାଁ ତାଙ୍କୁ କିଏ ନେଇଥିଲା ? ପିଲାଟି ନିଜେ ପହଁରା ଶିଖୁଥିଲା ନା ତାକୁ କିଏ ତାଲିମ ଦେଉଥିଲା ? ଆଜିର ଘଟଣା ପଛରେ କାହାର ହାତ ରହିଛି କି ସେନେଇ ତଦନ୍ତ ଚାଲିଥିବା ଜଗତପୁର ଥାନା IIC କହିଛନ୍ତି।   

Mahanadi River Drowning Death Youth Dies
Advertisment
Advertisment