• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି । ପୂର୍ବ ବର୍ଷର ରେକର୍ଡକୁ ଟପିଯାଇଛି ଏଥରର ବାଲିଯାତ୍ରା । କିଣାକିଣି ସାଙ୍ଗକୁ ବୁଲାବୁଲିର ମଜା ଉଠାଇଛନ୍ତି ଲୋକେ । ବୁଲି ବୁଲି ପାଦ ଥକିଗଲେ ବି ଖୋଜି ଖୋଜି ଘରକରଣା ସାମଗ୍ରୀ କିଣି ନେଇଛନ୍ତି ଗୃହିଣୀ । ଦିନଟିଏ ବଢିଥିଲେ ବି ଯେପରି ମନ ମାନୁନି ।

କଟକର ତଳ ଓ ଉପର ବାଲିଯାତ୍ରା ପଡିଆରେ ପଡିଥିବା ୪୨୦ଟି ଷ୍ଟଲରେ ହୋଇଛି ଜବରଦସ୍ତ ବେପାର । ୧୦ ଦିନରେ ପାଖାପାଖି ୨ ଶହ କୋଟିର ହୋଇଛି ବିଜନେସ୍ । କେବଳ ଓରମାସ କମାଇଛି ୨୫ କୋଟିରୁ ଅଧିକ । ଘମାଘୋଟ ବିକ୍ରି ପରେ ବଂଚି ଯାଇଥିବା ଜିନିଷକୁ ନେଇ ଆସନ୍ତାକାଲି ହେବ ଷ୍ଟକ୍ କ୍ଲିୟରାନ୍ସ ସେଲ୍ ।

କଟକର ଐତିହ୍ୟ ଓ ସଂସ୍କୃତିକୁ ନେଇ କଟକ ଇନ୍ କଟକ ସ୍ୱତନ୍ତ୍ର ଥିମ୍ ହେଉ ଅବା ଆକର୍ଷଣୀୟ ଲେଜର ସୋ । ମନ ଛୁଇଁଥିଲା ଦର୍ଶକଙ୍କର । ବଲିଉଡ ଓ ଓଲିଉଡ୍ କଳାକାରଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବି ସାଜିଥିଲା ବାଲିଯାତ୍ରାର ଆକର୍ଷଣ । ଏଥର ବାଲିଯାତ୍ରାକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଥିଲା । ସ୍ଲୋଗାନ ଥିଲା ଗ୍ରୀନ ବାଲିଯାତ୍ରା କ୍ଲିନ୍ ବାଲିଯାତ୍ରା । ବାଲିଯାତ୍ରାରେ ଲାଗୁ ହୋଇଥିଲା ପାଣି ବୋତଲ ଉପରେ କ୍ୟୁଆର କୋଡ୍ ଯୋଜନା । ତେବେ ତାହା ବିଫଳ ହୋଇଥିବା ଜଣାପଡିଛି । କାରଣ, ୭ ଦିନରେ ଫେରିପାରିଛି ମାତ୍ର ୫୦ ହଜାର ବୋତଲ । ତଥାପି ପୂର୍ବ ବର୍ଷ ଅପେକ୍ଷା ଏଥରର ବାଲିଯାତ୍ରା ଆୟୋଜନ ଅଧିକ ଶୃଙ୍ଖଳିତ ଥିବା କହିଛନ୍ତି ଦର୍ଶକ ।

ଇତିହାସ ରଚିଛି କଟକର ଐତିହାସିକ ବାଲିଯାତ୍ରା । ଏଥର ସବୁଠୁ ଅଧିକ ୧୦ ଦିନ ଧରି ଆୟୋଜିତ ହୋଇଛି ଯାତ୍ରା । ଇଣ୍ଡୋନେସିଆର ବାଲିରେ ଜି-ଟ୍ୱେଣ୍ଟି ସମ୍ମିଳନୀ ଅବସରରେ କଟକ ବାଲିଯାତ୍ରାର ଐତିହ୍ୟ ଓ ସ୍ୱତନ୍ତ୍ରତା ବଖାଣିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏପଟେ କାଗଜ ଡଙ୍ଗା ପ୍ରସ୍ତୁତି କରି ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି କଟକର ଛାତ୍ରଛାତ୍ରୀ । ଆଜି ବାଲିଯାତ୍ରାର ଉଦଯାପନୀ । ପୁଣି ଅପେକ୍ଷା ଆରବର୍ଷକୁ ।