ଗୁରୁବାର ରାତିରେ ଜଣେ ବ୍ୟକ୍ତି ତାଙ୍କ ଦୁଆରେ ଏକ ପାର୍ସଲ ରଖି କହିଥିଲେ ଏଥିରେ ବୈଦ୍ୟୁତିକ ଉପକରଣ ରହିଛି। ତୁଳସୀ ପାର୍ସଲ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାକ୍ସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମୃତଦେହ ଥିଲା ।
ଛାତ୍ର ଜଣକ ଗତକାଲି ଘରୁ ସାଇକେଲ ଧରି ବାହାରକୁ ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରିନଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକ ମଙ୍ଗଳାବାଗ ଥାନାରେ ଏତଲା କରିଥିଲେ ।
ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାକୁ ନେଇ ଉତ୍ତେଜନା । ନାକଟିଦେଉଳ ଥାନା ଝାରବେଡ଼ା ଜଙ୍ଗଲରୁ ମିଳିଥିଲା ଯୁବତୀଙ୍କ ମୃତଦେହ ।
ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର ।
ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ ।
ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?
ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।
ସ୍ୱାମୀ ଦିଲୀପଙ୍କ ମୃତ୍ୟୁଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ । ଆହତ ଜ୍ୟୋତି ରଞ୍ଜନଙ୍କୁ ଫେରାଇବାକୁ ପରିବାରର ଦାବି ।
ଜଣେ ବୃଦ୍ଧ ନିଜ ପତ୍ନୀଙ୍କ ମୃତଦେହ ସହ ଦୀର୍ଘ ବର୍ଷ ବିତାଇଥିବା ନେଇ କାହାଣି ଆପଣ ନିଶ୍ଚୟ ଶୁଣିଥିବେ । ପର୍ତ୍ତୁଗାଲରୁ ମଧ୍ୟ ସମାନ କାହାଣୀ ଏବେ ସାମ୍ନାକୁ ଆସିଛି ।
ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।
ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି।
ଦାହ ନହେବାରୁ ଦୁଆର ମୁହଁରେ ପଡ଼ି ରହିଛି ରହିଛି ବୃଦ୍ଧାଙ୍କ ଶବ, ଆଉ ଜଗି ବସିଛନ୍ତି ଆତ୍ମୀୟ ସ୍ୱଜନ
ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ ଉଠିବନି। ସେ ଆଉ ଗପ ଶୁଣିବାକୁ ଅଝଟ ହେବନି। ସେ ସବୁଦିନ ପାଇଁ ଶୋଇ ଯାଇଛି।
ଆଜିର ଦୁନିଆରେ ମଣିଷ ପାଇଁ ମଧ୍ୟ ତା ନିଜ ଲୋକ କାନ୍ଦୁ ନାହାଁନ୍ତି। କିନ୍ତୁ ଏ ଭିଡିଓ ଦେଖିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ। ଇଲେକ୍ଟ୍ରି ସକ୍ ଖାଇ ମୃତ୍ୟୁବରଣ କରିଥିବା ମାଙ୍କଡ଼ଟିଏର ଶବକୁ ସତ୍କାର ପାଇଁ ଛାଡ଼ିଲେନି ତା ସାଥୀ ମାଙ୍କଡ଼ମାନେ। ସ୍ଥିତି ଏମିତି ହେଲା ଯେ, ମାଙ୍କଡ଼ଟିର ମୃତଦେହ ଉଦ୍ଧାର କରିଥିବା ଲୋକଙ୍କୁ ସେମାନେ କାମୁଡ଼ିବା ପାଇଁ ଗୋଡ଼େଇଲେ।
ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।
ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ଷ୍ଟାଡିୟମ୍ରୁ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି।
ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।
ଆମେରିକାରେ କରୋନା ମହାମାରୀ ସମୟରେ ଜଣେ ମହିଳାଙ୍କ ସହ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ଯେତେବେଳେ କରୋନା ଆମେରିକାର ଶିଖରରେ ଥିଲା, ଏହି ମହିଳା ଜଣକ ମାତ୍ର ତିନି ଫୁଟ ଦୂରରେ ଏକ ଶବ ନିକଟରେ ଅନେକ ଦିନ ଶୋଇଥିଲେ କିନ୍ତୁ ଏ ବିଷୟରେ ସେ ଜାଣିପାରି ନ ଥିଲେ।
କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ।
ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି।
ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ।