• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଆ ଗୋଡ଼ ତଳେ ପୁଅ । ମାଆ ପାଦକୁ ଧରୁଛି । ପୁଣି ହାତକୁ ଧରି ନେହୁରା ହେଉଛି । ବାରମ୍ବାର କ୍ଷମା ମାଗୁଛି । ହେଲେ ମାଆ ମନ ମାନୁନି । କି ସେ କିଛି କଥା ଶୁଣୁନି । ଖାଲି ଗୋଟିଏ କଥା ବାରମ୍ବାର କହୁଛି, ତୁ ମତେ କିଛି କହନି, ମତେ ବହୁତ କଷ୍ଟ ଦେଇଛୁ । ମୋ ଘରୁ ବାହାରିଯାଅ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଆଠଗଡ ରମ୍ପେଇ ଗାଁରେ ।

ଯେଉଁ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେହି ପୁଅକୁ ଘରୁ ବାହାର କରିବା ପାଇଁ କୋର୍ଟରୁ ଅର୍ଡର ଆଣିଛି ମାଆ । ସେ ନିଷ୍ପତ୍ତି ନେଇ ସାରିଛି ପୁଅ ବୋହୂ ଘରୁ ବାହାରିବେ । ଆଉ ଶେଷ ସମୟରେ ସେ ଶାନ୍ତିରେ ଟିକିଏ ନିଶ୍ୱାସ ନେବେ । କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଏମିତି କିଛି ଘଟିଛି ରମ୍ପେଇ ଗାଁରେ । ଏହି ଘଟଣା ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରୁଛନ୍ତି । ଅନେକ ଲୋକ ମାଆର ଏଭଳି ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମ କରିଥିଲା ମାଆ, କ’ଣ ପୁଅଠୁ ମାଡ଼ ଖାଇବା ପାଇଁ..?

ଲଳିତା ନାୟକ । ଦୁଇ ପୁଅ, ବୋହୂ ନାତୁଣୀଙ୍କୁ ନେଇ ବେଶ ହସଖୁସିରେ ଚଳୁଥିଲା ତାଙ୍କ ପରିବାର । ବଡ଼ ପୁଅ କାଳନ୍ଦୀ ଓ ବୋହୂ ସୁଚରିତାଙ୍କ ସହ ଏକାଠି ଘରେ ରହୁଥିଲେ ଲଳିତା । ହେଲେ ପୁଅ-ବୋହୂଙ୍କ ଅତ୍ୟାଚାରରେ ମାଆ ଲଳିତା ଅତିଷ୍ଠ ହେବା ପରେ ସେମାନଙ୍କ ସହ ଘରେ ନରହିବାକୁ ନେଲେ ନିଷ୍ପତ୍ତି । ସେପଟେ ପୁଅ-ବୋହୁଙ୍କ କହିବା କଥା, ଯୌତୁକ ପାଇଁ ମାଆଙ୍କ ମନରେ ଏବେ ବି ଅସନ୍ତୋଷ ରହିଛି, ତେଣୁ ଘରେ ଅସନ୍ତୋଷ ଲାଗରହିଛି ।

ତେବେ ଏହାରି ଭିତରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାଳନ୍ଦୀଙ୍କୁ ଘରୁ ବାହାର କରିବାକୁ ପୋଲିସ ଓ ଟିମ୍ ସହ ପହଂଚିଥିଲେ ତହସିଲଦାର । ହେଲେ ଝିଅ ପରୀକ୍ଷା ଥିବାରୁ ମାଆଙ୍କୁ ୧୫ ଦିନ ସମୟ ମାଗିଛନ୍ତି ପୁଅ କାଳନ୍ଦୀ ।

ଆପଣ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ, ସମ୍ପତ୍ତି ପାଇଁ ମାକୁ ପୁଅ-ବୋହୁ ଘରୁ ତଡିଦେଇଚନ୍ତି । ହେଲେ ଏହା ଏକ ନିଆରା କାହାଣୀ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ତ, ଜନ୍ମ କଲା ବୃଦ୍ଧା ମାଆ ଉପରେ ଅତ୍ୟାଚାର କରିବାକୁ ବି ପଛାଉ ନାହାଁନ୍ତି । ହେଲେ ଏଠି ସାମ୍ନାକୁ ଆସିଛି ଭିନ୍ନ ଏକ କାହାଣୀ । ପୁଅକୁ ଘରୁ କାଢିବାକୁ କୋର୍ଟଙ୍କ ଆଶ୍ରୟ ନେଇଛି ମାଆ ।

(ରିପୋର୍ଟ- ନୀଳକଣ୍ଠ ଦୋରା, ଆଠଗଡ଼)