/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201130.jpg)
Special story
ଦୁଇଦିନ ଧରି କୋକେଇକୁ ଚାହିଁ ବସିରହିଛି ଶବ । କାରଣ ଅନ୍ତିମ ଯାତ୍ରା ପାଇଁ ମଧ୍ୟ ବିବାଦ ତୁଟୁନି । ପରିବାର ଲୋକେ ଓ ସାଇଭାଇ ଅପେକ୍ଷାରେ ଅଛନ୍ତି, କେବେ ଶ୍ମଶାନକୁ ଯିବ ଶବ । ଶ୍ମଶାନରୁ ମାଟି ତଡା ହୋଇ ଗଢିଆ ହୋଇଥିବା କାରଣରୁ ଶବ ସଂସ୍କାର ହୋଇପାରୁ ନାହିଁ । ମାଟି ଉଠାକୁ ବିରୋଧ କରିବାରୁ ସ୍ଥାନୀୟ ପ୍ରଶାସନ ତାଗିଦ କରିଛି, ଆଉ ସେଇଥି ପାଇଁ ପଡିରହିଛି ଶବ । ଦୀର୍ଘ ଦୁଇ ଦିନ ପରେ ସ୍ଥାନୀୟ ସରପଞ୍ଚ ଓ ପୋଲିସ ପୋଲିସ ପ୍ରଶାସନର ମାନବିକତା ମନେ ପଡିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସୁକାରପଡାରୁ ।
ଅଧିକ ପଢ଼ନ୍ତୁ: ମିଳିଲାନି ଆମ୍ବୁଲାନ୍ସ ; କୋଳରେ ଝିଅର ଶବକୁ ଧରି ବସ୍ରେ ଗାଁକୁ ଗଲେ ବାପା
ଶୁକରପଡା ଗାଁର ବୃଦ୍ଧ ଉତ୍ତମ ଭୋଇଙ୍କ ଶବ । କୋକେଇ ସଜଡ଼ା ହୋଇ ପଡିରହିଛି । ଚେୟାରେ ଶବକୁ ରଖି ପଛପଟୁ ଧରି ବସି ରହିଛନ୍ତି ଆତ୍ମୀୟ । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ଦୁଇ ଦିନ ଏପରି ଶବ ପଡ଼ି ରହିଛି । ରାସ୍ତା ରୋକିଛି ଆର ପାରିର ଯାତ୍ରାରେ । ଶ୍ମଶାନରୁ ମାଟି ଉଠାଇବାକୁ ନେଇ ସ୍ଥାନୀୟ ଲୋକମାନେ ବିରୋଧ କରୁଥିବାରୁ ରାସ୍ତାରୋକ ଓ ଆନ୍ଦୋଳନ ପାଇଁ ଶ୍ମଶାନର ସବୁ ରାସ୍ତା ବନ୍ଦ ହୋଇଯାଇଛି । ଆଉ ଏପଟେ ମାଟିର ମଣିଷ ମାଟିରେ ମିଶିବା ପାଇଁ ଅପେକ୍ଷାରେ ରହିଛି, ଆଉ ମଣିଷ ମାନଙ୍କ ଆଡକୁ ଆଉ ପରଖୁଛି ମାନବିକତାକୁ ।
ଏପଟେ କଥାଟା ଦାଣ୍ଡରେ ପାଡି ହାଟରେ ଗଡ଼ିବାକୁ ଲାଗିଲା । ବୋଧହୁଏ ସେଇଥିପାଇଁ ଦୁଇଦିନର ପ୍ରୟାସ ପରେ ମୃତ ପ୍ରାୟ ମାନବିକତା ହଠାତ ଚେଇଁ ଉଠିଲା । ସ୍ଥାନୀୟ ସରପଞ୍ଚ ବାଧ୍ୟ ହୋଇ ସେଠାକାର ଲୋକଙ୍କୁ ବୁଝାଇ ସୁଝାଇ ଶ୍ମଶାନ ଜମିରୁ ମାଟି ଉଠାବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ସରପଞ୍ଚଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଶବଦାହ କରିବା ପାଇଁ ପ୍ରସ୍ତୁତି କରାଯାଉଛି ।
(ରିପୋର୍ଟ- ମନୋଜ ଆଚାର୍ଯ୍ୟ, ସାଲେପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)