• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲେଡି ବ୍ଲାକମେଲର ଲିଙ୍କ୍‌ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ ଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ । ଅର୍ଚ୍ଚନାଙ୍କ ସହ ୩୦ ଲକ୍ଷରୁ ଅଧିକ ଟଙ୍କା କାରବାର କରିଥିବା ସୂଚନା ପାଇବା ପରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କୁ ଡାକି ଜେରା କରିଛି । ଇଡି ଗଙ୍ଗାଧରଙ୍କ କଂପାନୀ ଏମପ୍ରିଓ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ ଏହି ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଥିବା ଜାଣିବାକୁ ପାଇଛି ।

କଟକ ପ୍ରତାପନଗରୀରେ ଗଙ୍ଗାଧରଙ୍କ ରହିଛି ନାମୀ ବ୍ରାଣ୍ଡର କାର ସୋରୁମ୍ । ତେବେ ସେ କେଉଁ ପରିସ୍ଥିତିରେ ଅର୍ଚ୍ଚନାଙ୍କୁ ଦେଇଛନ୍ତି ଏତେ ଟଙ୍କା ? ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ତାଙ୍କର କିମ୍ବା ତାଙ୍କ କମ୍ପାନୀର ସମ୍ପର୍କ କଣ ? ବ୍ୟବସାୟିକ ସମ୍ପର୍କ, ହନିଟ୍ରାପରୁ ଶିକାର ପରେ ନା କେଉଁ ତୃତୀୟ ପକ୍ଷ ପାଇଁ ହୋଇଛି ଟଙ୍କା କାରବାର ? ଜେରା ବେଳେ ଏସବୁ କଥା ଜାଣିବାକୁ ଚାହିଁଛି ଇଡି ।

ଏପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସେକ୍ସ ସିଣ୍ଡିକେଟର ମୁଖ୍ୟ ସହଯୋଗୀ କୁହାଯାଉଥିବା ଖଗେଶ୍ୱରର ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡର ଅବଧି ଆଜି ଶେଷ ହେଉଛି । ତେଣୁ ଖଗେଶ୍ୱରକୁ ଆଜି କୋର୍ଟରେ ହାଜର କରାଇଥିଲେ ଇଡି ଅଧିକାରୀ । ରାଜ୍ୟର ସବୁଠୁ ବଡ଼ ଯୌନ କେଳେଙ୍କାରୀ କୁହାଯାଉଥିବା ଏ ମାମଲାରେ ଖଗେଶ୍ୱରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏବଂ ଜେରା ବେଳେ ତାଠୁ ଅନେକ କିଛି ତଥ୍ୟ ମିଳୁଥିବାରୁ ତାକୁ ଆଉ ୨ ଦିନ ରିମାଣ୍ଡରେ ନେବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଆବେଦନ କରିଛି ED ।

ସେପଟେ ଗତକାଲି ଅର୍ଚ୍ଚନାର ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳିକୁ କାଲି ୧୨ ଘଣ୍ଟା ଧରି ଜେରା ପରେ ତାଠୁ ଅର୍ଚ୍ଚନାର ହନିଟ୍ରାପ୍ ଓ ସେକ୍ସଟୋରେସନ୍ ମାମଲାରେ ବହୁ ବିସ୍ଫୋରକ ତଥ୍ୟ ପାଇଛି ED । ତେଣୁ ED ଶ୍ରଦ୍ଧାଞ୍ଜଳିକୁ ଆଉ ଥରେ ଜେରା ପାଇଁ ଡାକିବ ବୋଲି ସୂଚନା ମିଳିଛି । ଏପଟେ କିଙ୍ଗପିନ୍ ଅର୍ଚ୍ଚନା ଓ ତା ସ୍ୱାମୀ ଜଗବନ୍ଧକୁ ମଧ୍ୟ ରିମାଣ୍ଡରେ ଆଣି ୪ କୋଣିଆ ଜେରାର ଯୋଜନା କରୁଛନ୍ତି ଇଡି ଅଫିସର । ଏଥିପାଇଁ ନାଗ-ଚାନ୍ଦ ଦମ୍ପତିଙ୍କୁ କୋର୍ଟରେ ହାଜର ଲାଗି ପିଟିସନ ଦାଏର କରିଛି ED ।

ଅଧିକ ପଢ଼ନ୍ତୁ: ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍‌ରେ ED ! ଖୋଳୁଛି ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗ

କୁହାଯାଉଛି, ଅର୍ଚ୍ଚନା ନାଗଫାସରେ ଫସିଥିବା ରାଜ୍ୟର ୧୫ ଜଣ ପ୍ରଭାବଶାଳୀଙ୍କ ଏକ ତାଲିକା କରି ସେହି ଅନୁସାରେ ଜଣକ ପରେ ଜଣକୁ ଡାକି ଜେରା କରୁଛି ED । ତେବେ ଗତକାଲି ଶ୍ରଦ୍ଧାଞ୍ଜଳିକୁ ଜେରା ପରେ ଇଡିର ଏ ତାଲିକା ଆହୁରି ଲମ୍ବିଥିବା ସୂଚନା ମିଳୁଛି । ଏ ମାମଲାରେ ଏବେ ସୁଦ୍ଧା ଭୁବନେଶ୍ୱର ର ଏକ କାର ସୋରୁମ୍ ମାଲିକଙ୍କ ପୁଅ, ବ୍ୟବସାୟୀ ଅମୀୟକାନ୍ତ ଦାସ ଓ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲଙ୍କ ପରେ ଏବେ କାହା ପାଳି, ତାକୁ ନେଇ ସସ୍‌ପେନ୍ସ ବଢ଼ିଛି ।

ସେପଟେ ଗଙ୍ଗାଧରଙ୍କ ଭାଇ ସୁଧୀର ସାମଲ ବରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ଥିବା ବେଳେ ମୁଣ୍ଡ ଉପରେ ପଦ୍ମପୁର ନିର୍ବାଚନ । ଏଭଳି ସ୍ଥିତିରେ ଗଙ୍ଗାଧର-ଅର୍ଚ୍ଚନା ଲିଙ୍କ୍ ପଦାକୁ ଆସିବା ଶାସକ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି ।