• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶା ଆଇଟି ପଲିସି -୨୦୨୨କୁ ରାଜ୍ୟ କ୍ୟାବିନେଟ୍‌ର ମଂଜୁରୀ । ଦେଶ ତଥା ବିଦେଶର ଆଇଟି କଂପାନୀଗୁଡ଼ିକୁ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଏଇ ପଲିସି ମାଧ୍ୟମରେ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି । ଏହି ଅନୁଯାୟୀ ରାଜ୍ୟରେ ସ୍ଥାୟୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ କମ୍ପାନିଗୁଡ଼ିକୁ ସେମାନଙ୍କ ନିବେଶର ୨୫ ପ୍ରତିଶତ ଅର୍ଥ ଯୋଗାଇ ଦିଆଯିବ ।

ସୌରଶକ୍ତି କେନ୍ଦ୍ର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ ପ୍ରତିଶତ ରିଇମ୍ବର୍ସମେଣ୍ଟ କରଯିବା ସହ ଗ୍ରୀନ୍ ଫିଲ୍ଡ ଆଇଟି ପାର୍କ ଗୁ଼ଡ଼ିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତପ୍ରତିଶତ ଛାଡ଼ କରାଯିବ । ସେହପରି ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ ପ୍ରତିଶତ ଯୋଗ୍ୟ ଆଇଟି ସଂସ୍ଥାମାନଙ୍କୁ ରିହାତି ଦିଆଯିବ । ଯେଉଁ ଆଇଟି ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରୁ ଋଣ କରି ଠିକ୍ ସମୟରେ ପରିଶୋଧ କରୁଥିବେ । ସେମାନଙ୍କ ଋଣ ଉପରେ ବାର୍ଷିକ ୫ ପ୍ରତିଶତ ସୁଧ ରିହାତି ୫ ବର୍ଷ ପର୍ଯ୍ୟନ୍ତ ଦିଆଯବା ନେଇ ଏଇ ପଲିସିରେ ବ୍ୟବସ୍ଥା ରହିଛି । ସେହିପରି ଉଦ୍ୟୋଗୀଙ୍କୁ ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ ବର୍ଷ ଯାଏଁ ଛାଡ଼ କରାଯିବା ସହ ବିଦ୍ୟୁତ ବିଲ୍‌ରେ ୩୦% ରିହାତି ପାଇଁ ମଧ୍ୟ ବ୍ୟବସ୍ଥା ଅଛି ।