Advertisment

ମହଙ୍ଗା ପଡ଼ିଲା ଇନଷ୍ଟାଗ୍ରାମ ଚାର୍ଟିଂ; ଲୁଟିନେଲେ ୨.୫ ଲକ୍ଷ ଟଙ୍କା

ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଠକେଇ...ଆମେରିକାରେ ରହୁଥିବା ମହିଳା ଜଣଙ୍କ ଠକିଥିବା ଅଭିଯୋଗ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Miscreants loot Rs 1.2 lakh from youth

Miscreants loot Rs 1.2 lakh from youth

ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ କହି ଠକିନେଲେ ଅଢ଼େଇ ଲକ୍ଷ । ଏଭଳି କିଛି ଘଟଣା ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଛି । ସୋସିଆଲ୍‌ମିଡିଆରେ ସେୟାର ମାର୍କେଟ ନାଁରେ ବିଟେକ୍ ଛାତ୍ରଙ୍କଠାରୁ ୨.୫ ଲକ୍ଷ ଠକେଇ ଠକିଛନ୍ତି ଆମେରୀକିୟ ମହିଳା ।

Advertisment

ସୂଚନା ଅନୁସାରେ, ବିଟେକ୍ ଛାତ୍ରଙ୍କୁ ଜଣେ ମହିଳା ଆମେରିକାରୁ ଫୋନ୍ କରିଥିବା କହିଥିଲେ । ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୁବକଙ୍କ ପରିଚୟ ହୋଇଥିଲା । ଏହାପରେ ଧିରେ ଧିରେ ଫୋନ୍ କଲ୍ ଜରିଆରେ କଥା ବାର୍ତ୍ତା କରିଥିଲେ । ସେୟାର ମାର୍କେଟରେ ଟଙ୍କା ବିନିଯୋଗ ପାଇଁ ମହିଳା ଜଣକ ଯୁବକଙ୍କୁ ପ୍ରବର୍ତ୍ତାଇଥିଲେ । ଯୁବକ ଜଣକ ଲାଭ ପାଇବା ଆଶାରେ ଟଙ୍କା ବିନିଯୋଗ କରିଥିଲେ । କିଛି ଦିନ ପରେ ୧୧ ଲକ୍ଷ ଟଙ୍କା ପ୍ରଫିଟ୍ ହୋଇଥିବା ଯୁବକଙ୍କୁ ମହିଳା ଜଣକ କହିଥିଲେ ।ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ଟିକସ୍ ଯୁବକଙ୍କୁ ମାଗିଥିଲେ । ଏହାପରେ ମହିଳା ଜଣକ ଆଉ ଟଙ୍କା ଦେଇନଥିଲେ । ଏପରିକି ଏବେ ଆଉ ଧରା ଛୁଆଁ ମିଳୁନି । ଘଟଣାକୁ ନେଇ ଯୁବକ ଜଣକ ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

Loot
Advertisment
Advertisment