Corporator
ଭୁବନେଶ୍ୱର ମହାନଗର ନିଗମର ୨୯ ନମ୍ବର ଓ୍ୱାର୍ଡ ବିଜେପି କର୍ପୋରେଟର ଜୀବନ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ସହିଦନଗର ଥାନାରେ ଏତଲା ହୋଇଛି । ବିଜେପିର ବହୁ ନେତାଙ୍କ ସହ ଆସି ଏତଲା ଦେଇଛନ୍ତି ଜୀବନ । ସେ ଅଭିଯୋଗ କରିଛନ୍ତି, ମଙ୍ଗଳବାର ରାତି ୧୨ଟା ବେଳକୁ ସେ କାମ ସାରି ନିଜ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ, ପ୍ରାୟ ୨୫ ରୁ ୩୦ ଜଣ ଆକ୍ରମଣ କରିଥିଲେ ।
Advertisment
ବିଜେଡି ବିଧାୟକଙ୍କ ବିରୋଧରେ ରାଜନୀତି କରୁଥିବା ଅଭିଯୋଗ ଆଣି ରଡ ଓ ଭୁଜାଲିରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତମାନେ । ଆକ୍ରମଣ ଯୋଗୁଁ ତାଙ୍କର ହାତ ଭାଙ୍ଗିଯାଇଛି । କିଛିଦିନ ତଳେ ବିଜେଡିର ଜଣେ କର୍ମୀଙ୍କୁ ବିଜେପିରେ ମିଶାଇଥିବା କାରଣରୁ ରାଗ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଜୀବନ । ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)