• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡିଶା ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ଯୋଗୁଁ ଏହାର ପ୍ରଭାବରେ ବର୍ଷା ହେଉଛି । ଏଭଳି ବର୍ଷା ଆହୁରି ୩-୪ ଦିନ ଲାଗି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ୩ ଦିନର ଲଗାଣ ବର୍ଷାରେ ମାଲକାନଗିରିର ସ୍ଥିତି ବେହାଲ ହୋଇପଡିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ସିଲେରୁ ଓ ସାବେରି ନଦୀରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ନିକଟରେ ରାସ୍ତା ଉପରେ ୫ ଫୁଟ୍‌ର ପାଣି ଚାଲୁଛି । ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ସେପଟେ ବାଲେଶ୍ୱର ଜିଲ୍ଲା ଭୋଗରାଇର ତାଳସାରୀ ଓ ସଦର ବ୍ଳକରେ ଗାଁକୁ ମାଡିଯାଇଛି ସମୁଦ୍ର ପାଣି । ସାର୍ଥା ପଂଚାୟତର ମେଘା ଏବଂ ବୁଦ୍ଧିଆମାରୀ ଗାଁରେ ସମୁଦ୍ର ଜୁଆର ମାଡି ଜଳମଗ୍ନ ହୋଇଯାଇଛି । ଦୁଇ ଦିନ ଧରି ସମୁଦ୍ରର ଏଭଳି କରାଳ ରୂପକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ବଙ୍ଗୋପସାଗରରେ ମିଶି ଯିବକି ପାରାଦୀପର ନେହରୁ ବଙ୍ଗଳା ଓ ପୁରାଣ ବର୍ଣ୍ଣିତ ମନ୍ନଦ ଉଦ୍ୟାନ ? ଏଭଳି ପ୍ରଶ୍ନ ଏବେ ସବୁରିଙ୍କ ମନରେ । ଲଘୁଚାପ ଜନିତ ବର୍ଷା ଓ ସମୁଦ୍ର ଜୁଆର ଦ୍ୱାରା ବାରମ୍ବାର କ୍ଷତିଗ୍ରସ୍ତ ହେବା ପରେ ଦେଖାଦେଇଛି ଏଭଳି ଆଶଙ୍କା । ଏପରିକି ଉଦ୍ୟାନ ମଧ୍ୟରେ ଥିବା କ୍ୟାଣ୍ଟିନ୍ ମଧ୍ୟ ଏବେ ବିପଦରେ । କାରଣ ଜୁଆର ମାଡ଼ରେ କ୍ୟାଣ୍ଟିନ ପଛପଟୁ ଅତଡ଼ା ଧସିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡୁଛି ।

ଉଦ୍ୟାନର ଶୋଭା ବଢାଉଥିବା ବିଭିନ୍ନ ରଙ୍ଗର ପତକା ଓ ସିମେଣ୍ଟ ଖୁଣ୍ଟି କେବେଠୁ ଅଦୃଶ୍ୟ ହୋଇଗଲାଣି, ଲହଡ଼ି ମାଡ଼ରେ ଧୋଇ ଗଲାଣି ଫୁଟଫାଥ୍ ଟାଇଲ । କିଛିବର୍ଷ ତଳେ ମହାନଦୀ ଓ ବଙ୍ଗୋପସାଗର ମୁହାଁଣରେ ଥିବା ନେହରୁ ବଙ୍ଗଳାର ସୌନ୍ଦର୍ଯ୍ୟକରଣ କରିଥିଲା ପାରାଦୀପ ପୌରପାଳିକା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସବୁ ଅବକ୍ଷୟମୁଖୀ । ଏଣୁ କ୍ୟାଣ୍ଟିନ ପାଖରୁ ମାଛଧରା ବନ୍ଦର ଯାଏ ପଥର ବନ୍ଧ ନିର୍ମାଣ କରବାକୁ ଦାବି ହୋଇଛି । ସେପଟେ ପାରାଦୀପ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ କଥା ଦେଇଛନ୍ତି ପାରାଦୀପ ପୌରାଧ୍ୟକ୍ଷ ।