• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଲ୍‌ରେ ପରାକ୍ରମ ଦେଖାଉଛନ୍ତି ସନ୍ତରଣକାରୀ । ବ୍ରେଷ୍ଟ ଷ୍ଟ୍ରୋକରୁ ବ୍ୟାକ ଷ୍ଟ୍ରୋକ, ଫ୍ରୀ ଷ୍ଟାଇଲରୁ ବଟର ଫ୍ଲାଏ - ସବୁ ଇଭେଣ୍ଟରେ ସ୍ୱିମରଙ୍କ ଭିତରେ ଟକ୍କର କିଏ ଅଲିମ୍ପିକର ସ୍ୱପ୍ନ ଦେଖୁଛନ୍ତି ତ ଆଉ କାହାର ଲକ୍ଷ୍ୟ ବିଶ୍ୱ ଚାମ୍ପିୟନ ହେବାର । ତେବେ ଜାତୀୟ ମେଡାଲ ଜିତି ପ୍ରଥମେ ଭାରତୀୟ ଦଳରେ ସ୍ଥାନ ପକ୍କା ପାଇଁ ଜୋରଦାର ଲଢେଇ ଚାଲିଛି ।

ଭୁବନେଶର କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଚାଲିଥିବା ଏହି ଜାତୀୟ ଜୁନିୟର ଆକ୍ୱାଟିକ ଚାମ୍ପିଅନସିପ ଦେଖିବାକୁ ଖଚାଖଚ ଦର୍ଶକରେ ଷ୍ଟାଡିୟମ୍ ଗ୍ୟାଲେରୀ ଫୁଲ । ୫ ଦିନିଆ ପ୍ରତିଯୋଗିତାରେ ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି I ସ୍ୱିମିଂରେ ୫୨୮ ଏବଂ ଓ୍ୱାଟର ପୋଲୋରେ ୩୨୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ ୨୦ ଜଣ ଏହି ଚାମ୍ପିୟାନଶିପରେ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି ।

ଅଲିମ୍ପିକରେ ସନ୍ତରଣରେ ଭାରତର ପ୍ରଦର୍ଶନ ଭଲ ନଥିଲେ ମଧ୍ୟ ଏସୀୟ କ୍ରୀଡ଼ା ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାରତ ସନ୍ତୋଷଜନକ ପ୍ରଦର୍ଶନ କରୁଛି । ସନ୍ତରଣରେ ଭାରତକୁ ଆହୁରି ଦକ୍ଷ କରିବାକୁ SFI ପ୍ରତିଯୋଗିତା ସହ ପ୍ରଶିକ୍ଷଣ ଶିବିର ଆୟୋଜନ କରୁଛି । ସନ୍ତରଣ ଭିତ୍ତିଭୂମିରେ ବିକାଶ ଘଟାଇ ଓଡିଶା ଏଥିରେ ପ୍ରମୁଖ ଭୂମିକା ଗ୍ରାହଣ କରିଛି । ଯାହା ଫଳରେ ଆମ ରାଜ୍ୟ ବି ଆଗାମୀ ଦିନରେ ସନ୍ତରଣ କ୍ଷେତ୍ରରେ ସୁନାମ ଆଣିବ ବୋଲି SFI ର ସାଧାରଣ ସମ୍ପାଦକ ମତ ଦେଇଛନ୍ତି ।

ତେବେ ରାଜ୍ୟ କ୍ରୀଡା ବିଭାଗ ଓ SFIର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗିତା ୫ ଦିନ ଧରି ଚଲିବ । ଯେଉଁଥିରୁ ଆଗାମୀ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ ।

ନିରଂଜନ ରେଡ୍ଡୀଙ୍କ ରିପୋର୍ଟ

OTV is now on Whatsapp

Join and get latest news update delivered to you via whatsapp

Join Now