/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656470048.jpg)
Utkal University
ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା NIRF ରାଙ୍କିଂ । ଟପ୍ ୧୦୦ ତାଲିକାରେ ନାହିଁ ରାଜ୍ୟ ସରକାରଙ୍କ କୌଣସି ବି ବିଶ୍ୱବିଦ୍ୟାଳୟ । ବାଣୀବିହାର, ରେଭେନ୍ସା, ରମାଦେବୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଭଳି ବଡ଼ ବଡ଼ ୟୁନିଭର୍ସିଟି NIRF ରାକିଂରେ ସ୍ଥାନ ପାଇନାହାନ୍ତି ।
ଓଭରାଲ୍ ତାଲିକାରେ ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ୩୦ ରାଙ୍କରେ ରହିଛି । ଏହାପଛରେ କିଟ୍ ୩୪ ତମ ସ୍ଥାନରେ ଥିବା ବେଳେ ୩୯ରେ ରାଉରକେଲା NIT, ୬୫ତମ ସ୍ଥାନରେ ଭୁବନେଶ୍ୱର IIT ରହିଛି ।
ତେବେ ଏହି ରାକିଂର ବିଶ୍ୱବିଦ୍ୟାଳୟ କାଟାଗୋରୀରେ ବାଣିବିହାର ୮୮ ତମ ସ୍ଥାନରେ ରହିଛି । ଖାଲି ସେତିକି ନୁହେଁ, କଲେଜ୍ କାଟାଗୋରୀରେ ବି ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି । କାରଣ ସରକାରୀ କିମ୍ବା ଘରୋଇ କୌଣସି ବି ଓଡ଼ିଶାର ମହାବିଦ୍ୟାଳୟ NIRFର କଲେଜ୍ କାଟାଗୋରୀରେ ସ୍ଥାନ ପାଇପାରିନାହାନ୍ତି ।
ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରକାଶ ପାଇଥାଏ । ଓଭରାଲ୍ ସମେତ ଇନଜିନିୟରିଂ, ବିଶ୍ୱବିଦ୍ୟାଳୟ, ରିସର୍ଚ୍ଚ, ମ୍ୟାନେଜଜମେଣ୍ଟ, ମେଡିକାଲ୍ ସମେତ ବିଭିନ୍ନ ବିଭାଗରେ ଶିକ୍ଷାନୁଷ୍ଠାନର ମାନ୍ୟତା ନିର୍ଦ୍ଦାରଣ ହୁଏ । ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରଛାତ୍ରୀଙ୍କ ସଫଳତା ଏଭଳି ବିଭିନ୍ନ ମାନଦଣ୍ଡକୁ ନେଇ ରାକିଂ ପ୍ରସ୍ତୁତ କରାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)