ଆଗାମୀ ଦିନରେ ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍ । ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି। ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ । ଆଇଟି କ୍ଷେତ୍ରରେ ଅଧିକ ସଂଖ୍ୟାରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାକୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।
ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି।
ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି। କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ପାଣି ଶୁଖିଯାଇଥିବାରୁ ଏହାକୁ ମରୁଡି ଅଂଚଳ ଭାବେ ଘୋଷଣା କରିଛନ୍ତି ସରକାର। ସ୍ଥିତି ଏପରି ହୋଇଯାଇଛି ଯେ ପାଣି ଏବେ ଅମୂଲ ମୂଲ ହୋଇପଡିଛି।
ଆଗ୍ରହୀ କମ୍ପାନିକୁ ନିବେଶ ଅର୍ଥର ୨୫ ପ୍ରତିଶତ ଦେବେ ରାଜ୍ୟ ସରକାର । ସରକାରଙ୍କୁ ଉଦ୍ୟୋଗୀ କହିଲେ ଯୋଗାଇ ଦିଅ ମାଗଣା ଜମି ।