• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନିର୍ମାଣ ହେବ ଟ୍ରକ ଟର୍ମିନାଲ୍ । ରାଜ୍ୟରେ ଡ୍ରାଇଭର ମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ଟ୍ରକ ଟର୍ମିନାଲ । ପ୍ରତି ୧୦୦ କିମି ଦୂରତାରେ ପ୍ରତିଷ୍ଠା ହେବ ବିଶ୍ରାମାଗାର । ଏଥିରେ ଗାର୍ଡି ପାର୍କିଂ ଓ ଶୌଚାଳୟର ସୁବିଧା ରହିବ । ସବୁ ଜିଲ୍ଲାରେ ଟ୍ରକ ଟର୍ମିନାଲ ନିର୍ମାଣର ଯୋଜନା ଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଟୁକୁନି । ଏଥି ନିମନ୍ତେ ଅନୁଗୁଳ, ବାଲେଶ୍ୱର, ଗଂଜାମ, ଯାଜପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଜମି ଚିହ୍ନଟ ସରିଥିବା ମଧ୍ୟ ସେ କହିଛନ୍ତି । ଡ୍ରାଇଭର ମାନଙ୍କ ଦୁର୍ଘଟଣାରେ ଚିକିତ୍ସା, ବୀମା ତଥା ଅନ୍ୟାନ ସୁବିଧା ନିମନ୍ତେ ପରିବହନ ବିଭାଗ ଓ ଶ୍ରମ ଏବଂ ଇଏସଆଇ ବିଭାଗକୁ ନେଇ ଏକ କମିଟି ଗଠନ କରଯାଇଛି ।

କମିଟି ତାମିଲନାଡୁ, କେରଳ ଏବଂ ପଶ୍ଚିମବଙ୍ଗରେ ପରିବହନ କର୍ମଚାରୀଙ୍କ ମଙ୍ଗଳ ନିମନ୍ତ ନିଆଯାଇଥିବା ପଦକ୍ଷେପକୁ ଅନୁଧ୍ୟାନ କରି ପରିବହନ ବିଭାଗକୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ତା’ଉପରେ ସରକାର ନିଷ୍ପତ୍ତି ନେବେ ବୋଲି ପ୍ରଶ୍ନୋତ୍ତରରେ କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।