ବିଶ୍ୱ ଇତିହାସରେ କଲେରା ଆତଙ୍କମୟ ପରିସ୍ଥିତି ସୃଷ୍ଟି କରୁଥିଲା। ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଂଶ ଓ ଏକବିଂଶ ଶତାବ୍ଦୀରେ ମହାମାରୀର ରୂପ ନେଇ କଲେରା ବର୍ଷ ବର୍ଷ ଧରି ନରସଂହାର ଜାରି ରଖୁଥିଲା। ଆଜି ଆସନ୍ତୁ ଜାଣିବା କଲେରା ମହାମାରୀର ଇତିହାସ।
ଅଧିକ ଚିନ୍ତା ବଢ଼ାଇଛି ଯାଜପୁର। ଏଠାରେ ପୁଣି ଡାଇରିଆରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଅନ୍ୟପକ୍ଷରେ ଜିଲ୍ଲାରେ ଆଉ 16 ନୂଆ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ତେଣେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ସହ ବୈଠକ କରି ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାଣି ଯୋଗାଣ ଉପରେ ଜୋର୍ ଦେଇଛି ସେଣ୍ଟ୍ରାଲ୍ ଟିମ।
ରବିବାର ଦିନ ଗୋଟିଏ ଭୋଜି ଥିଲା। ସେଦିନ ଭୋଜି ଖାଇବା ପରେ ସୋମବାର ଦିନ ପେଟ ଟିକିଏ ଟିକିଏ ଖରାପ ଲାଗୁଥିଲା। ତା’ପରେ ମଙ୍ଗଳବାର ଦିନ ଆଉ ଗୋଟିଏ ଭୋଜି ଥିଲା। ଆମେ ଧନେଶ୍ୱର ଠାକୁରଙ୍କଠାରେ ଅରୁଆ ଖାଇଦେଲୁ। ତା’ପରଠୁ ମୋର ଏ ଅବସ୍ଥା। ହଇଜା ଓ ଡାଇରିଆକୁ ନେଇ ହାଇଆଲର୍ଟ ଭିତରେ ଶୁଣନ୍ତୁ କଣ କହୁଛନ୍ତି ଯାଜପୁର ଧନେଶ୍ୱର ଗ୍ରାମବାସୀ..
ରାଜ୍ୟରେ ହଇଜା ହାହାକାର । ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି । ହଟ୍ ସ୍ପଟ୍ ଯାଜପୁରରେ ମାରାତ୍ମକ ଭିବ୍ରିଓ କଲେରାର ଉପସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଥିବା ବେଳେ, ଏହା ଏଣ୍ଡେମିକ୍ ଷ୍ଟେଜରେ ଥିବା ସୂଚନା ଦେଇଛନ୍ତି । ସେପଟେ ସ୍ଥିତି ମୁକାବିଲା ପାଇଁ ଲୋକଙ୍କୁ ଭୋଜିଭାତ ସହ ବାହାରେ ଖିଆପିଆ ଆଦି କରିବାକୁ ମନା କରାଯାଉଥିବା ବେଳେ, ହୋଟେଲ୍ ଓ ଜଳଖିଆ ଦୋକାନ ଆଦି ଖୋଲିବା ଉପରେ ବି କଟକଣା ଲାଗିଛି ।
ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି। କାହାର ଜୀବନ ଯାଉଛି, ଆଉ କିଏ ମୃତ୍ୟୁ ସହ ସଂଘର୍ଷ କରୁଛି। ଗାଁ ଗାଁରେ ଭୟଙ୍କର ପରିସ୍ଥିତି, ସାହି ସାହିରେ ପଡ଼ିଲାଣି ହାହାକାର।
ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ସେଠାରେ ସମସ୍ତ ଚାଟ୍, ଗୁପଚୁପ୍ ଦୋକାନ ସମେତ, ହୋଟେଲ୍, ଫାଷ୍ଟଫୁଡ୍ ଏପରିକି ଆଇସ୍କ୍ରିମ୍ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯାଜପୁରକୁ କଲବଲ କଲାଣି ହଇଜା । ୭ଜଣଙ୍କ ଗଲାଣି ଜୀବନ । ୧୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ଧୀରେ ଧୀରେ ଯାଜପୁରରେ ହଇଜା କାୟା ମେଲାଇ ମୁଣ୍ଡ ନେବା ଆରମ୍ଭ କଲାଣି । ଆଉ ଏଇଥି ପାଇଁ ସରକାରଙ୍କୁ ଘାରିଲାଣି ମୁକାବିଲା ଚିନ୍ତା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
କିନ୍ତୁ ଲୋକଙ୍କ କହିବା କଥା, ମାସ ମାସ ଧରି ଦୂଷିତ ପାଣି ଆସିବା ପରେ, ଏଇ ୩-୪ ଦିନ ହେବ ଭଲ ପାଣି ଆସୁଛି। ତେଣୁ ଏବେ ନମୁନା ଯାଞ୍ଚ କଲେ ସତ ପଦାକୁ ଆସିବ କୁଆଡ଼ୁ।
ଲୋକଙ୍କ ଅଭିଯୋଗ ଶୁଣିଲେ ମନରେ ପ୍ରଶ୍ନ ଆସୁଛି, ପାଇପ ଜଳ ନାଁରେ ଏମାନଙ୍କ ବିଶ୍ୱାସରେ ବିଷ ଦେଇନାହାନ୍ତି ତ ସରକାର ? ଯେଉଁ ଜଳକୁ ବିଶୁଦ୍ଧ କୁହାଯାଉଛି, ତାହା ହିଁ ବେମାରୀ ଡାକୁନି ତ?
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।
ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।
ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ଛୁଇଁଲାଣି ୧୩ । ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସବୁ ୱାର୍ଡକୁ ବ୍ୟାପିଗଲାଣି ।
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କୋଲେରା ବୀଜାଣୁ
୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।