/odishatv-khabar/media/post_attachments/uploadimage/library/16_9/16_9_0/Untitled-1-79_1624089843.jpg)
Mohan Majhi
ଓଡ଼ିଶାରେ ଏକ ନୁହେଁ ଏକାଧିକ ହୋଇଛି କ୍ରସ୍ ଭୋଟିଂ । ଗତ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାରେ କିଛି ବିଧାୟକ କ୍ରସ ଭୋଟିଂ କରିଥିବା ଜଣାପଡ଼ିଛି । ପ୍ରଥମେ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଥିବା ବେଳେ, ଏବେ ବିଜେପି ନେତା ମୋହନ ମାଝି କହିଛନ୍ତି ମୋକିମ୍ଙ୍କ ବ୍ୟତୀତ ଆଉ ଜଣେ ନେତା ବି ଦ୍ରୌପଦୀଙ୍କୁ ଦେଇଛନ୍ତି ଭୋଟ ।
କେବଳ ମହମ୍ମଦ ମୋକିମ୍ ନୁହନ୍ତି, ଆଉ ଜଣେ କଂଗ୍ରେସ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଏହି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ ଆହୁରି କହିଛନ୍ତି, ଆସନ୍ତାକାଲି ଏହା ସ୍ପଷ୍ଟ ହୋଇଯିବ ।
ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ମୋକିମ୍ କହିଥିଲେ, ନିଜର ବିବେକ ଅନୁସାରେ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଯେହେତୁ ଦଳର କିଛି ହ୍ୱିପ୍ ନଥିଲା, ତେଣୁ ସେ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ଦ୍ରୌପଦୀଙ୍କୁ ଏନ୍ଡିଏ ପ୍ରାର୍ଥୀ କରିଥିବା ବେଳେ ବିଜେଡି ମଧ୍ୟ ସାଙ୍ଗେ ସାଙ୍ଗେ ସମର୍ଥନ ଘୋଷଣା କରିଥିଲା । କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଯଶଓ୍ୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ସାଂସଦ ଓ ବିଧାୟକ ମୁର୍ମୁଙ୍କୁ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)