• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଷ୍ଟ୍ରପତି ନିର୍ବାଚନରେ ମହମ୍ମଦ ମୋକିମ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସଠିକ ସମୟରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି । ସେପଟେ ମହମ୍ମଦ ମୋକିମ ଯେଉଁ ମାଟିର ଝିଅ କହି ଭୋଟ ଦେଇଥିବା କହିଛନ୍ତି ତାକୁ କାଉଣ୍ଟର କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି । ସେ ଯୁକ୍ତି ବାଢିଛନ୍ତି ଯଦି ମାଟି କଥା ଉଠେ ତେବେ ଯଶଓ୍ୱନ୍ତ ସିହ୍ନା ବିହାରର, ପୁଣି ପୂର୍ବତନ ବିଜେପି ନେତା । ତେବେ ସେଠାକାର ବିଜେପି ସାଂସଦ କିମ୍ବା ବିଧାୟକ କଣ ପାର୍ଟି ଉର୍ଦ୍ଧ୍ୱକୁ ଯାଇ ତାଙ୍କୁ ଭୋଟ ଦେଇଛନ୍ତି କି ବୋଲି ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ବିଧାନସଭାର ୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସରେ କମ୍ପନ । ଦଳୀୟ ରାଜନୀତି କ୍ଷେତ୍ରରେ ଏକଥା ଆଦୌ ଗ୍ରହଣୀୟ ହୋଇନଥିଲେ ବି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କିନ୍ତୁ ପାର୍ଟି ଗାଇଡଲାଇନକୁ ଉପେକ୍ଷା କରି ନିଜ ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କହିଛନ୍ତି । ମୋକିମଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ କଂଗ୍ରେସରେ ଭିତିରି ଅସନ୍ତୋଷକୁ ପୁଣି ପଦାକୁ ଆଣିଥିବା ବେଳେ ସେପଟେ ବିଜେପି ଓ ବିଜେଡି ତାଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେଣେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ ।