Advertisment

ହୃଦୟ ବିଦାରକ ! ମନ୍ତ୍ରୀ କହିଲେ, ରାଜ୍ୟରେ ୩୯୩ ଶିଶୁ ରାସ୍ତା କଡ଼ରେ କାଟୁଛନ୍ତି ଜୀବନ

ଏକ ପ୍ରଶ୍ନର ଉତ୍ତର ରଖି ମତ ରଖିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Child

Child

ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଅତିବାହିତ କରୁଛନ୍ତି ଜୀବନ । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ମତ ରଖିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ । ୩୯୩ଜଣ ଶିଶୁଙ୍କ ମଧ୍ୟରେ କେବେଳ ଖୋର୍ଦ୍ଧା ଜିଲ୍ଲାରେ ୩୦୫ ଜଣ ଶିଶୁ ରାସ୍ତା କଡ଼ରେ ରହୁଛନ୍ତି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା, ଏଠାରେ ୩୦ ଜଣ ଶିଶୁ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଛନ୍ତି 

Advertisment

ସେପଟେ ଆଜି ବିଧାନସଭା ଗୃହରେ ଭଦ୍ରକ ମଦମୃତ୍ୟୁକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏନେଇ ଲିଖିତ ଉତ୍ତର ରଖିଛନ୍ତି । ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲ୍ଲାର ୯ ଜଣଙ୍କ ଜୀବନ ଯାଇଥିବା ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ । ରାଜ୍ୟରେ ବିଷାକ୍ତ ମଦ ପିଇ ମୋଟ ୫୦ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୧୧-୧୨ ମସିହାରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।

ସେହିଭଳି ଆଜି ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଉଠାଇଥିଲେ ଏହି ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୁପା, ହୀରା ଓ ଅନ୍ୟାନ୍ୟ ରତ୍ନ ଆଦି ରହିଛି, ସେନେଇ ଜାଣିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ ।

Advertisment

 ଏହାର ଉତ୍ତରରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ରତ୍ନ ଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ଆସିଲେ ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନେବୁ । ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ବି କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ମରାମତି ଓ ଅଳଙ୍କାର ଗଣତି ପାଇଁ ପୂର୍ବରୁ ଅପିଲ୍ କରିଥିଲେ।

BJD Odisha Assembly Politics Odisha Politics
Advertisment
Advertisment