Advertisment

ଏଣିକି ମାସ୍କ ନପିନ୍ଧିଲେ ଜିନିଷ ମନା

ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଲା ବିଏମ୍‌ସି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
BMC asks owners of business establishments to put up no mask no goods' signages

BMC asks owners of business establishments to put up no mask no goods' signages

ମାସ୍କ ନପିନ୍ଧିଲେ ଜିନିଷ ମନା ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଇଛି ବିଏମ୍‌ସି । ଏଣିକି ମାସ୍କ ପିନ୍ଧିନଥିଲେ ଗ୍ରାହକଙ୍କୁ ଜିନିଷ ନଦେବା ପାଇଁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଦୋକାନ ଆଗରେ ନୋ ମାସ୍କ ନୋ ଏଣ୍ଟ୍ରି, ନୋ ମାସ୍କ ନୋ ଗୁଡ୍ସ ଲେଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାସ୍କ ପିନ୍ଧିନଥିଲେ ତେଲ ନଦେବାକୁ ପେଟ୍ରୋଲ ପମ୍ପ ମାଲିକଙ୍କୁ କୁହାଯାଇଛି ।

Advertisment

ସେହିପରି ଉଭୟ ସରକାରୀ ଏବଂ ବେସରକାରୀ ଅଫିସରେ କର୍ମଚାରୀ ଯେପରି ମାସ୍କ ପିନ୍ଧିବେ ସେନେଇ କର୍ତ୍ତୃପକ୍ଷ ତଦାରଖ କରିବେ । ରାଜଧାନୀ ବାସିନ୍ଦା ଏବଂ ଏଠାକୁ ଆସୁଥିବା ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ମାନିବାକୁ ଅନୁରୋଧ କରିଛି ବିଏମ୍‌ସି । 

Covid Guidelines
Advertisment
Advertisment