Advertisment

ପୁଣି ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା: କହିଲେ ଏବେବି ୪୨ ଲକ୍ଷ ପରିବାର ଋଣରେ

କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା....

author-image
Otv Khabar Bureau
ଅଦ୍ୟତନ ହୋଇଛି
BJP MP Aparajita Sarangi hits out at BJD Govt over land issues in Konark

BJP MP Aparajita Sarangi hits out at BJD Govt over land issues in Konark

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାସଂଦ ଅପରାଜିତା ଷଡ଼ଙ୍ଗୀ । କୋଣାର୍କ ଜମିଜମା ସମସ୍ୟା ଓ ସ୍ୱାସ୍ଥ୍ୟସେବା ନେଇ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କୋଣାର୍କ ସୁରକ୍ଷା ପରିଷଦ ପକ୍ଷରୁ ଶାମୁକା ପଡିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇ ସେ ଏହା କହିଛନ୍ତି ।

Advertisment

ଏହାସହ ଦୀର୍ଘ ୨୨ ବର୍ଷ ଧରି ବିଜେଡି ଶାସନକ୍ଷମତାରେ ଥିବା ସତ୍ତ୍ୱେ ରାଜ୍ୟରୁ ଗରିବୀ ହଟିନଥିବା ସେ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୧ କୋଟି ୩୫ଲକ୍ଷ ଲୋକେ ଗରିବ ଅଛନ୍ତି । ସେଥିମଧ୍ୟରୁ ୪୨ଲକ୍ଷ ପରିବାର ଋଣ ବୋଝରେ ବୁଡ଼ି ରହିଛନ୍ତି । କେବଳ ଏତିକି ନୁହେଁ କୋଣାର୍କ ତଥା ନିମାପଡା ଓ କାକଟପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ମଧ୍ୟ ସେ କହିଛନ୍ତି ।

ଏନେଇ ସେ କହିଛନ୍ତି ଯେ, ‘ଗୋଟିଏ ରାଜନୈତିକ ଦଳ ଦୀର୍ଘ ୨୨ବର୍ଷ ହେବ ଶାସନକ୍ଷମତାରେ ଅଛି । ହେଲେ କୋଣାର୍କରେ ସମସ୍ତଙ୍କ ପାଖରେ ପଟ୍ଟା ହେବା ଆବଶ୍ୟକ ହେଲେ ସେମାନଙ୍କ ପାଖରେ ନାହିଁ । ଏଇଥିପାଇଁ ଲୋକେ ସରକାରୀ ସୁବାଧା-ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଏଠାକାର ସବୁଠୁ ବଡ଼ ବିଷୟବସ୍ତୁ ’ ।

Advertisment
MP Aparajita Sarangi
Advertisment
Advertisment