ପିଲାଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ଉଦ୍ଦେଶ୍ୟ । ଉଭୟ ନବମ ଓ ଦଶମ ଶ୍ରେଣୀ ପିଲା ପଢ଼ିବେ । ୧୦୦ ମାର୍କର ହେବ ପରୀକ୍ଷା ।
କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା ।
ଏଣିକି ୧୦୦% ସିଲାବସ୍ରେ ହେବ ପାଠପଢ଼ା। ମେ’ ପହିଲାରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ବି ୩୦ ପ୍ରତିଶତ କମ୍ ସିଲାବସ୍ରେ ଶିକ୍ଷାଦାନ ହେବ। ଏହି ନିଷ୍ପତ୍ତିକୁ ନେଇ ପିଲାଙ୍କ ଭିତରେ କିନ୍ତୁ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।