ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ।
ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।
ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉଦ୍ୟମ ।
ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି।
ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ।
ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ । ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, କଟକରେ ସ୍କୁଲ୍ ଛୁଟି ।
ସମୁଦ୍ରରୁ ଫେରି କୂଳରେ ଡଙ୍ଗା ବାନ୍ଧିଲେଣି ମତ୍ସ୍ୟଜୀବୀ । ଥୋଡ଼ ପାଚିନଥିଲେ ବି ତରବରିଆ ଧାନ କାଟୁଛନ୍ତି ଚାଷୀ ।
ରାଜଧାନୀରେ ମାତିଛନ୍ତି ମ୍ୟାରେଜ୍ ରାକେଟ୍ । ବୁଲୁଛନ୍ତି ମିଛ କନିଆଁ । ଫେକ୍ ବାପା ମାଆ ଓ ଭାଇ ଭଉଣୀ ।
ରାଜଧାନୀରେ ସ୍ପାରେ ଯୌନଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ କମିଶନରେଟ ପୋଲିସ ।
ଲମ୍ବୁଛି ବିଜେଡିର ବରିଷ୍ଠ ନେତାଙ୍କ ବୟାନବାଜି। ପରାଜୟର କାରଣ ବଖାଣି ଖୋଲାଖୋଲି ବିସ୍ଫୋରଣ କରୁଛନ୍ତି, ଦଳପତିଙ୍କୁ ଅବଗତ ବି କରୁଛନ୍ତି। ହେଲେ ଏଯାଏଁ ବୁଝାପଡୁନି ଦଳକୁ ସଂଗଠିତ କରିବାକୁ ନବୀନଙ୍କ ଯୋଜନା କଣ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବି ତୀବ୍ର ହେଉଛି।
ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
'କୁଚକ୍ରି ଗୋଷ୍ଠୀଙ୍କ ଦ୍ବାରା ପ୍ରଭାବିତ ହୋଇ ନୋଟିସ୍ କରାଯାଇଛି' । ଇସ୍ତଫା ପତ୍ରରେ ବିଜେଡି ଉପରେ ବର୍ଷିଲେ ବିଜୟଲକ୍ଷ୍ମୀ ।
ପରବର୍ତ୍ତୀ ସମୟରେ ନ୍ୟାସନାଲ ୱାଟର ୱେ -୫ରେ ଧାମରାରୁ ହଳଦିଆକୁ ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି। ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି।
ପୁରୀ ହବିଷ୍ୟାଳି ଘଟଣାରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କ ସହ କଥା ହୋଇଥିବା କହିଲେ ।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବିଜେଡି ଘର ସ୍ଥିତି ଦିନକୁ ଦିନ ବିଗୁଡୁଥିବାବେଳେ ନବୀନ କେମିତି ସଂଗଠନକୁ ସୁଦୃଢ କରି ରଖିପାରୁଛନ୍ତି ତାଉପରେ ନଜର।
ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ .. ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି, କେହି ବି ବାଦ୍ ପଡୁନାହାନ୍ତି ।
ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ ।
କୋଷ୍ଟଗାର୍ଡ ଡିଆଇଜି ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ନୟାପଲ୍ଲୀ ଥାନାରେ ପହଞ୍ଚି କୋଷ୍ଟଗାର୍ଡ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ ।
ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ୱଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ। ଯେଉଁସବୁ ଅଭିଯୋଗ ଆସିଛି, ତାକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି। ଏନେଇ ସରକାରଙ୍କ ଦ୍ୱାରା ଅତିଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ପୂର୍ବତନ ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ । ଧର୍ମଶାଳା କୁରିକଣା ଠାରେ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି ।
ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ।
ଆପଣ ଯଦି ସଚେତନ ନ ହେବେ, ତା’ହେଲେ ସାଇବର୍ ଠକଙ୍କ ପଞ୍ଝାରୁ ଆଉ ମୁକୁଳିପାରିବେନି । ପ୍ରତି ମୂହୁର୍ତ୍ତରେ କାହାକୁ ନା କାହାକୁ ଚୁନା ଲଗାଉଛନ୍ତି ଅଦୃଶ୍ୟ ଠକ।
ମାସ ମାସ ଧରି ବିନା ମୁରବିରେ ଚାଲିଛି ଓଡ଼ିଶା କଂଗ୍ରେସ। ପିସିସି ସମେତ ଦଳର ସବୁ କମିଟି ଭାଙ୍ଗିବାକୁ ୩ ମାସ ବିତିବାକୁ ଯାଉଛି। ହେଲେ ନୂଆ ମଙ୍ଗୁଆଳ ଏଯାଏଁ ନିଯୁକ୍ତ କରିପାରିନାହିଁ AICC ।